କାଏଁ ହେଲାଜେ ଏନ୍ତା ଅଁ ଅଁ କାନ୍ଦୁଛ
କାଏଁ ହେଲାଜେ ଏତେ ହେତେଇ ହଉଛ
ତମେମାନେ ତ ଚାହୁଁଥିଲ
ଖଟେ ପଡ଼ି ସାନିଘାଟି ମାରବାର୍ ଆଘୋନୁ
ମରିଗଲେ ଫାବିଯିବା ବଲି
କାଏଁଜେ ଭାଜୂର୍ କୁଟୂର୍ ହଉଥିଲ।
ଦରକିଲା ମଏଲା ଅଲଗାଲା କହ୍ନାଁ ଲେକିରି
ଜୀବନ୍ ଥିବାର୍ ତକ୍
ଲାଏଜ୍ ବଅଁଚାବାର୍ ପ୍ରୟାସ କରୁଥିଲା
ଆଏଜ୍ ଧୋବ୍ ଚର୍ ଚର୍ ପରମସୁଖ୍ ଧୁତି
କାଏଁ ଦରକାର ଏତକି ସଜବାଜ୍
କାଏଁ ଦରକାର ଏତକି ଉଜନ୍
ଜୀବନ୍ ସାରା ଉଜନ୍ ବୁହି ବୁହି
ଅଥାବିଥା ମୁଇଁ
ଆଏଜ୍ ଟିକେ ବୋଝ୍ କମ୍ କର
ଇ କପଡା କାଣା ଦରକାର୍
ମୋର୍ ଆର୍ କାଣା ଲାଏଜ୍ ସରମ୍
ଘିଚିପକ ଚିରିପକ ଫରଫାର୍
ମୁଇଁ ପରେ ଗୁଟେ ମୁର୍ଦ୍ଦାର୍।
ମାଗି ମାଗି ଟଁଟି ଶୁଖି ଯାଉଥିଲେ ବି
ଥିର୍ ଟିକାକର୍ ଆଶରା ନାଇଁ
ହାଡ୍ ପଞ୍ଜରା ଗନି ହଉଥିଲା
ପେଟର୍ ଲାଗି କେତେ ଗୁଲଗୁଲା
ଆଏଜ୍ ଘି ଭାତ୍ କେନ୍ଥୈ ଗିଲମି
ମୁର୍ଦ୍ଦାର୍ ଟେ ମୁଇଁ
କାଣା ଛ କୋର୍ ନ ତୁନ୍
ଖାଇ ପାରମି।
କେଭେ ମୁଣେ କି ଗୁଡେ
ସୁଖେ କି ଦୁଃଖେ
ଭଲ୍ କି ଅସାରେ
ତେଲ୍ କି ଫୁଲ୍ ଦେଖାନାଇଁ
କେତେ ଭାବେ ହଳଦୀ ଚନ୍ଦନ୍ ମିଶା
ମଗମଗାଲା ମଖାସ
ମତେ ଆର୍ କାଣା ଦରକାର୍
ମୁଇଁ ପରେ ଗୁଟେ ମୁର୍ଦ୍ଦାର୍।
ତମକୁ ମାନକୁ ସୁଖେ ରହେବ ବଲି
ଜୀବନ୍ ସାରା ଧାଁ ଧପଡ୍
ଖରା ବର୍ଷା କାକର ଏକ୍
ରାଏତ୍ ରାଏତ୍ ଉସିନ୍ଦ୍ରା
ଏତକି ଠେଲାପେଲା ନୈ କର
ଟିକେ ଶାନ୍ତିରେ ତ ଶୁଇଦିଅ।
ଜୀବନ୍ ଥିବାର୍ ତକ୍
କଁଚା ମିଛ୍
ପରହରର୍ ଚୁପରା
ଟପାଦାଏକା
ଅହଁକାର୍
ସ୍ବାର୍ଥ
ସବୁକେ ଗଏଁଠ୍ କରିଛ
ପାରୁଛ ଜଦି ଇହାଦେ ପଦେ ସତ୍ କହ
ଯଦି ହେଁଟାବି ନାଇଁ ପାର
ରାମ୍ ନାମ ସତ୍ ହରି ନାମ ସତ୍ ବଲି
ହୁଲାଜାରି କର
ସଭେ ମିଶି ଜପ୍ କର
ପଞ୍ଚଭୂତେ ମିଶି ଯିବା ପଞ୍ଚଭୂତର୍
ହାଡ଼ ମାଉଁସର୍ କାଠର୍ ମୁର୍ଦ୍ଦାର୍।

ଦୈତାରି ବିଶ୍ଵାଳ
ଲାଉନସରା
ପ୍ରଧାନ ଶିକ୍ଷକ ସରକାରୀ ଉଚ୍ଚ ବିଦ୍ୟାଳୟ ଚର୍ଦ୍ଦାପାଲି
ବରଗଡ଼।

