Saturday, April 19, 2025
spot_imgspot_imgspot_img
Homeଅଘଟଣଅବକାରୀ ବିଭାଗ ଦ୍ବାରା କଫ୍ ସିରଫ୍ ସହ ଜଣେ ଗିରଫ।

ଅବକାରୀ ବିଭାଗ ଦ୍ବାରା କଫ୍ ସିରଫ୍ ସହ ଜଣେ ଗିରଫ।

ପାଟଣାଗଡ଼-ପାଟଣାଗଡ଼ ବ୍ଳକ, ତମିଆଁ ରେ ବେଆଇନ ଭାବରେ କଫ୍ ସିରଫ୍ ଚାଲାଣ ହେଉଥିବାର ଜଣାପଡିଛି।ଆଜି ପାଟଣାଗଡ଼, ତମିଆଁ ଗ୍ରାମରେ ଅବକାରୀ ମୋବାଇଲ ବିଭାଗ ଜବତ କଲେ ୧୬୫ ଟି କଫ୍ ସିରଫ୍ ଓ ଜଣେ ଗିରଫ । ଏଠାରେ ଅବକାରୀ ମୋବାଇଲ ଟିମ ମିଳିତ ଭାବରେ ବିଭିନ୍ନ ସ୍ଥାନରେ ଚଢାଉ କରୁଥିବା ବେଳେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ତମିଆଁ ଗ୍ରାମ କୁ ତଦନ୍ତ ରେ ଆସିଥିଲେ। ସେହି ସମୟରେ ତମିଆଁ ଗ୍ରାମର ଜଣେ ଯୁବକ ଗୋଟିଏ ଜରିବସ୍ତା ରେ କିଛି ନେଉଥିବାର ଦେଖି ସଦ୍ଦେହ ରେ ପାଟଣାଗଡ଼ ଅବକାରୀ ବିଭାଗ ଅଟକ ରଖିଥିଲେ ଓ ତଦନ୍ତ କରିଥିଲେ। ଯୁବକ ଟି ନେଉଥିବା ଜରିବସ୍ତା ରେ ୧୬୫ ଟି କଫ୍ ସିରଫ୍ ଜବତ କରିଥିଲେ ଓ ଯୁବକ ଟି କୁ ଗିରଫ କରିଥିଲେ।

ଅଭିଯୁକ୍ତ ଟି ତମିଆଁ ଗ୍ରାମର କରୁଣା ରଣା ବୋଲି ଅଧିକ ସୁଚନା ରୁ ଜଣାପଡିଛି, ଯୁବକ ଟି କଫ୍ ସିରଫ୍ ବେଆଇନ ଭାବରେ ଚାଲାଣ କରୁଥିବାର ମଧ୍ୟ ଜଣାପଡିଛି। ସେ ବହୁ ଦିନଧରି ଏହି ବେଆଇନ କାରବାର ସୁଚନା ମଧ୍ୟ ଦିଆଯାଇଛି ଏ ନେଇ ସୁଚନା ଦେଇଛନ୍ତି ମୋବାଇଲ ଅବକାରୀ ବିଭାଗ ର ଇନିସ୍ପେକ୍ଟର ( ଜୟଦେବ ପଧାନ) ଆଜି ମୋବାଇଲ ଅବକାରି ବିଭାଗ ୧୬୫ ଟି କଫ୍ ସିରଫ୍ ସହ ବେଆଇନ କାରବାର କରୁଥିବା ଅଭିଯୁକ୍ତ କରୁଣା ରଣା କୁ ଅବକାରୀ ବିଭାଗ କୋର୍ଟ ଚାଲାଣ କରିଛି। ଅବକାରୀ ମୋବାଇଲ ଟିମ ଚଢଉ କରୁଥିବା ସମୟରେ ପାଟଣାଗଡ଼ ଅବକାରୀ ଅଧିକାରୀ ( ରାଜକୁମାର ବେହେରା) ଓ ପାଟଣାଗଡ଼ ଅବକାରୀ ବିଭାଗ ର ଅନ୍ୟ ଅଧିକାରୀ ମାନେ ଓ ବଲାଙ୍ଗୀର ଅବକାରୀ ଅଧିକାରୀ ମାନେ ମଧ୍ୟ ସମ୍ମିଳିତ ଥିଲେ।

error: Content is protected !!