Saturday, April 19, 2025
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିଜମରତଲା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ପ୍ରଥମ ଅଭିଭାବକ/ ଅଭିଭାବିକା, ଶିକ୍ଷକ ଓ ବିଦ୍ୟାଳୟ ପରିଚାଳନା...

ଜମରତଲା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ପ୍ରଥମ ଅଭିଭାବକ/ ଅଭିଭାବିକା, ଶିକ୍ଷକ ଓ ବିଦ୍ୟାଳୟ ପରିଚାଳନା କମିଟିର ମିଳିତ ବୈଠକ ।

ପଦ୍ମପୁର – ଜମରତଲା ସରକାରୀ ଉନ୍ନୀତଉଚ୍ଚ ବିଦ୍ୟାଳୟରେ ଚଳିତ ଶିକ୍ଷାବର୍ଷ ୨୦୨୫-୨୬ ର ପ୍ରଥମ ଅଭିଭାବକ/ ଅଭିଭାଵିକା, ଶିକ୍ଷକଓ ବିଦ୍ୟାଳୟ ପରିଚାଳନାକମିଟିର ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇଛି। ଗ୍ରାମର ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ କୁଞରାଜ ବରିହାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରାଜେଶ କୁମାର ଖମାରୀ ସମସ୍ତଙ୍କୁ ସ୍ଵାଗତ କରିବା ସହ ବୈଠକର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ।

ଉକ୍ତ ବୈଠକରେ ଶିଶୁ ବାଟିକା,ନବମ ଓ ଦଶମ ଶ୍ରେଣୀର ମଧ୍ୟାହ୍ନ ଭୋଜନ, ବିଦ୍ୟାଳୟରେ ଅନୁପସ୍ଥିତ ରହୁଥିବା ଛାତ୍ର ଛାତ୍ରୀ, ପାନୀୟ ଜଳ, ଗ୍ରୀଷ୍ମ ଅବକାଶ ରେ ଗୃହକାର୍ଯ୍ୟ ଇତ୍ୟାଦି ବିଷୟରେ ସବିଶେଷ ଆଲୋଚନା କରାଯାଇଥିଲା। ପରିଚାଳନା କମିଟିର ସଭାପତି ଶ୍ରୀଯୁକ୍ତ ଦଶରଥ ବରିହା, ଅନ୍ତର୍ଯ୍ୟାମୀ ସାହୁ, ଶ୍ରୀମତୀ ସୈ।ଦାମିନୀ ସାହୁ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷକ ଶ୍ରୀଯୁକ୍ତ ରୁପଧର ନାୟକ , ସୂର୍ଯ୍ୟକାନ୍ତ ବାରିକ, କୁଳମଣି ପ୍ରଧାନ, ଭୀଷ୍ମଦେଵ ବାରିକ, ନରୋତ୍ତମ ସେଠ୍, ହେମାନନ୍ଦ ଚୁ‌ହାନ, ଘନଶ୍ୟାମ ସାହୁ, ସାନନ୍ଦ ମହାନନ୍ଦ, ଶ୍ରୀମତୀ ଦିଵ୍ୟାରାଣୀ ନାଗ, ସନ୍ଧ୍ୟାରାଣୀ ବେହେରା ଓ ଉପେନ୍ଦ୍ର ସାହୁ ପ୍ରମୁଖ ସହଯୋଗ କରିଥିଲେ।

error: Content is protected !!