ପଦ୍ମପୁର-ପିଏମଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପଦ୍ମପୁରରେ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।ଉକ୍ତ ଅବସରରେ ବିଦ୍ୟାଳୟର କାର୍ଯ୍ୟକାରୀ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀଯୁକ୍ତ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀଙ୍କ ସଭାପତିତ୍ବରେ ସଭା ଅନୁଷ୍ଠିତ ହୋଇଥିଲା।ବିଧାୟିକା ଶ୍ରୀମତୀ ବର୍ଷାରାଣୀ ସିଂ ବରିହା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।ସମ୍ମାନିତ ଅତିଥି ଭାବେ ରାଜବୋଡାସମ୍ବର୍ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ଲୋକନାଥ ଭୋଇ, ଗୋବିନ୍ଦ ପ୍ରସାଦ ଅଗ୍ରୱାଲ, ନୀରୋଜ ଦୋରା,ଏସଏମସି ଅଧ୍ୟକ୍ଷା ଶ୍ରୀମତୀ ବିନିଲତା ସାହୁ ଯୋଗ ଦେଇଥିଲେ ।ବିଧାୟିକା ବର୍ଷା ରାଣୀ ସିଂ ବରିହା ସମସ୍ତ ଛାତ୍ରୀଙ୍କୁ ଲକ୍ଷ୍ୟସ୍ଥଳ ପ୍ରାପ୍ତି ପାଇଁ ନିରନ୍ତର ପ୍ରୟାସ କରିବାକୁ ଉପଦେଶ ଦେଇଥିଲେ ।

ଶ୍ରୀଯୁକ୍ତ ମାନସ ରଞ୍ଜନ ଶତପଥୀ ଓ ରବିନା ପଧାନ ମଞ୍ଚ ପରିଚାଳନା କରିଥିଲେ।ବିଦ୍ୟାଳୟର ଖେଳ ଶିକ୍ଷୟିତ୍ରୀ ଶ୍ରୀମତୀ ନିଳୀମା ରାଣୀ ମହାନ୍ତିଙ୍କ ତତ୍ତ୍ୱାବଧାନରେ ସମସ୍ତ ପ୍ରତିଯୋଗିତା ଶୃଙ୍ଖଳିତ ଭାବେ ଆୟୋଜିତ ହୋଇଥିଲା। ଉଭୟ କନିଷ୍ଠ ଓ ବରିଷ୍ଠ ବିଭାଗରୁ ୧୬ ଟି ଇଭେଣ୍ଟ ରଖାଯାଇଥିଲା ଯେଉଁଥିରେ କନିଷ୍ଠ ଓ ବରିଷ୍ଠ ବର୍ଗରୁ ୪୮ ଜଣ କୃତିତ୍ୱ ହାସଲ କରିଛନ୍ତି। କନିଷ୍ଠ ବର୍ଗରେ ଶ୍ରଦ୍ଧା ଚୌହାନ ଓ ବରିଷ୍ଠ ବର୍ଗରେ ଆକାଂକ୍ଷା ଭୋଇ ଚାମ୍ପିଅନ ହୋଇଥିଲେ।ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ଶ୍ରୀମତୀ ଜ୍ୟୋସ୍ନା ରାଣୀ ସାହୁ ଧନ୍ୟବାଦ ଜ୍ଞାପନ କରିଥିଲେ। ବିଦ୍ୟାଳୟର ପୂଜାରାଣୀ ନାୟକ,ବୃନ୍ଦାବତୀ ସାହୁ , ଖୁସବୁ ବରିହା ,ଜ୍ୟୋତି ରେଖା ମହାନନ୍ଦ ,ପ୍ରଭାତୀ ପଟ୍ଟନାୟକ,ମମତା ମିଶ୍ର ,ସୁଷମା ଦାଶ,ଦୁଷ୍ମନ୍ତ ଛତର,କମଳା କୁମ୍ଭାର,ପ୍ରଭାସିନୀ ସାହୁ କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ ।


