Wednesday, April 16, 2025
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିଖରମାଳ ଗାଁ ରେ ଗୋମାତା ପୂଜନ ବିହନ ପରବ ।

ଖରମାଳ ଗାଁ ରେ ଗୋମାତା ପୂଜନ ବିହନ ପରବ ।

ପାଇକମାଳ – ପାଇକମାଳ ବ୍ଲକ ଖରାମାଳ ଗ୍ରାମରେ ଦୁଇ ଦିନ ଧରି ରବିବାର ଓ ସୋମବାର ଗୋମାତା ପୁଜା ୧୮ ତମ ଦେଶୀ ବିହାନ୍ ପରବ ଅହିଂସା କ୍ଳବ୍ ତରଫରୁ ଅନୁଷ୍ଠିତ ହୋଇଥିଲା ,ଏହି ଦେଶୀ ବିହନ ପରବ ରେ ବରଗଡ଼ ଲୋକସଭା ସାଂସଦ ପ୍ରଦୀପ ପୁରୋହିତ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ, ଅତିଥି ଭାବରେ କୋରାପୁଟ ଜିଲ୍ଲା ପ୍ରଗତି ଅନୁଷ୍ଠାନ ର ସମ୍ପାଦକ ପ୍ରଭାକର ଅଧିକାରୀ , ଡ. ମୋନ ପଣ୍ଡା ଡାଇରେକ୍ଟର,ପାଇକମାଳ ବ୍ଲକ କୃଷି ଅଧିକାରୀ ସୋମନାଥ ମହାପାତ୍ର, ପତିତପାବନ ସାହୁ ଅବସର ପ୍ରାପ୍ତ ଅଧ୍ୟକ୍ଷ ପଞ୍ଚାୟତ କଲେଜ ବରଗଡ଼,ଭାରତୀୟ କିଶାନ ସଂଘ ସଭାପତି ପିତାମ୍ବର ସାହୁ,ନିର୍ମାଣ ସଂସ୍ଥା ରୁ ପ୍ରଶାନ୍ତ ମହାନ୍ତି, ଜିଲ୍ଲା ପରିଷଦ ସୁରେନ୍ଦ୍ର ସିଂ ବରିହା ଓ ତ୍ରିପୁରା ବରିହା ପ୍ରମୁଖ ଯୋଗ ଦେଇଥିଲେ ।

ଅହିଂସା କ୍ଳବ୍ ସମ୍ପାଦକ ଶିବ ପ୍ରସାଦ ସାହୁ ସଭା କାର୍ଯ ଆରମ୍ଭ କରିଥିଲେ ଓ ଦେଶୀ ବିହନ ପରବ ପାଳନ ଅବସରରେ ଯୋଗ ଦେଇଥିବା ଅତିଥି ମାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଅତିଥି ମାନେ ପରିବେଶ ଦୂଷିତ ,ଯଥା ଜଳ,ମାଟି ,ପବନ ଉପରେ ବିଶଦ ଆଲୋଚନା କରିଥିଲେ ,ପ୍ରଭାକର ଅଧିକାରୀ କହିଥିଲେ ଦେଶୀ ବିହନ ଛାବାର ମୁଖ୍ୟ କାରଣ ଥିଲା ଦେଶୀ ଧାନ ର ଅଭାବୀ ବିକ୍ରି କିନ୍ତୁ ବର୍ତ୍ତମାନ ଦେଶୀ ବିହନ ର ଚାହିଦା ବଢୁଛି , ପ୍ରାକୃତିକ କୃଷି ଯୋଜନା ପାଇକମାଳ ବ୍ଲକ ରେ ଚାଲିବ ବୋଲି ସୋମନାଥ ମହାପାତ୍ର ଚାଷୀ ମାନଙ୍କୁ ଜଣାଇଥିଲେ , ମୁଖ୍ୟ ଅତିଥି ଶ୍ରୀ ପ୍ରଦୀପ ପୁରୋହିତ ଚାଷୀ ମାନଙ୍କୁ ସଚେତନ ହେଇ ଦେଶୀ ବିହନ ବଞ୍ଚାଇ ଥିବାରୁ ଖରମାଲ୍ ଗ୍ରାମ ବାସୀଙ୍କୁ ଧନ୍ୟବାଦ୍ ଜଣାଇଥିଲେ । ଏହି କାର୍ଯ୍ୟ କ୍ରମରେ ଖରାମାଲ୍ ଗ୍ରାମ ବାସୀ ଓ ଅହିଂସା କ୍ଳବ୍ ସମସ୍ତ କର୍ମ କର୍ତ୍ତା ସହଯୋଗ କରିଥିଲେ ।

error: Content is protected !!