Saturday, March 7, 2026
Homeରାଜ୍ୟସ୍ନାତକ ମହିଳା ମହାବିଦ୍ୟାଳୟରେ ଆମ୍ବେଦକର ଜୟନ୍ତୀ ।

ସ୍ନାତକ ମହିଳା ମହାବିଦ୍ୟାଳୟରେ ଆମ୍ବେଦକର ଜୟନ୍ତୀ ।

ବରପାଲି-ବରପାଲି ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟ ପରିସରରେ ଅଧ୍ୟକ୍ଷା ଶ୍ରୀମତୀ ପଦ୍ମିନୀ ଦାଶଙ୍କ ସଭାପତିତ୍ୱରେ ଆମ୍ବେଦକର ଜୟନ୍ତୀ ପାଳିତ ହୋଇଯାଇଛି l ଏନଏସଏସ ପ୍ରୋଗ୍ରାମ ଅଫିସର ଅଧ୍ୟାପିକା ପିଙ୍କି ବାରିକଙ୍କ ସଂଯୋଜନାରେ ପରିଚାଳିତ ସଭାରେ ମୁଖ୍ୟଅତିଥି ଭାବରେ ମହାବିଦ୍ୟାଳୟ ପ୍ରତିଷ୍ଠାତା ଅନ୍ତର୍ଯ୍ୟାମୀ ପଣ୍ଡା, ସମ୍ମାନିତ ଅତିଥି ଭାବରେ ସୁଧାଂଶୁ କୁମାର ଦାଶ ଯୋଗ ଦେଇ ସମ୍ବିଧାନ ପ୍ରଣେତା ଆମ୍ବେଦକରଙ୍କ ଫଟୋରେ ପୁଷ୍ପ ମାଲ୍ୟାର୍ପଣ କରି ତାଙ୍କର ଆଦର୍ଶ ବାଦିତା,

ସାମାଜିକ ନ୍ୟାୟ,ଅସ୍ପୃଶ୍ୟତା ଦୂରୀକରଣ ପସଙ୍ଗ ଉପରେ ଆଲୋଚନା ହେବା ସହ ସାଂପ୍ରତିକ ସମାଜରେ ଗୋଟିଏ ନାଗରିକର ପ୍ରମୁଖ ଗୁରୁଦାୟିତ୍ଵ ରହିବା ଉଚିତ୍ ବୋଲି କହିଥିଲେ। ହିନ୍ଦୀ ବିଭଗର ଅଧ୍ୟାପକ ସହ ପ୍ରୋଗ୍ରାମ ଅଫିସର ନେପାଲ ବିଶ୍ଵାଳ ଶପଥ ପାଠ କରାଇଥିଲେ। ସହକର୍ମୀ ନିଳୀମା ନାୟକ ଧନ୍ୟବାଦ ଅର୍ପଣ କରିଥଲେ।ମହାବିଦ୍ୟାଳୟ ସମସ୍ତ ଅଧ୍ୟାପକ ଅଧ୍ୟାପିକା ସହକର୍ମୀ ବୃନ୍ଦ ଓ ଛାତ୍ରୀ ମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

error: Content is protected !!