Saturday, March 7, 2026

ପଖାଳ ଦିବସ ।

ପ…ପରିଚୟ ସିନା ପାଇଛି ଓଡ଼ିଆ, ପଖାଳ କ‍ଂସାର ଦାନ,ପରଶଂସା ଲଭି ବିଶ୍ୱ ଦରବାରେ, ପାଳିତ ପଖାଳ ଦିନ।‌

ଖା…ଖାଇବା ଚାତୁରୀ ବଢ଼ାଏ ମାଧୁରୀ,ଥିଲେଟି ତା ସହଚରୀ,ଖାଇବା ବେଳରେ ଲୁଣ କଞ୍ଚାଲଙ୍କା,ପିଆଜ ସାଙ୍ଗକୁ ବଡ଼ି।‌

ଳ….ଲଭିଥାଏ ଶାନ୍ତି ମାନସିକ ତ୍ରୁପ୍ତି,ଶରୀରଟି ହ୍ରୁଷ୍ଟପୁଷ୍ଟ,ଲକ୍ଷପତି ବଳ ଆସଇ ପରାଣେ, ଭୁଲିହୁଏ ସବୁ କଷ୍ଟ ।‌

ଦି….ଦିନ ବଢ଼ିଗଲେ କେତେ ସରାଗରେ,ମନ ଖୋଜୁଥାଏ ଆହା,ଦିମୁଠା ପଖାଳ ତୋରାଣି ମୁନ୍ଦିକ,ଦେହ ହିତ ପାଇଁ ସାହା।‌

ବ…ବରଷା କାଳରେ ବସି ହିଡ଼ ପରେ, ଚାଷୀର ପଖାଳ ଖିଆ,ବଢ଼ାଏ ତା ବଳ ନ କରେ ଖାତର,ଝଡ଼ ବତାସ କି ବାଆ।‌

ସ….ସରସ ସୁନ୍ଦର ସକାଳ ପଖାଳ, ପ୍ରଚଳିତ ଓଡ଼ିଶାରେ,ସଭିଙ୍କର ପ୍ରିୟ ଜଗନ୍ନାଥ ପ୍ରିୟ,ଧନ୍ଯ ଧନ୍ଯ ପଖାଳରେ।

ମାଆ ହାତ ବଢ଼ା ମୋ ପଖାଳ କଂସା

ବୁଢ଼ୀମା ପ୍ରେରଣାଦାୟୀ,

ଅତି ସୁଆଦିଆ ଆନନ୍ଦେ ଓଡ଼ିଆ

ସରାଗରେ ଥାଏ ଭକ୍ଷି।

ଭୋଜରାଜ ବୁଡ଼େକ ମାଣ୍ଡୋସିଲ,ବରଗଡ଼

ଅବସରପ୍ରାପ୍ତ ଶିକ୍ଷକ,ଫୋ.ନ.6371987542

error: Content is protected !!