Saturday, March 7, 2026
Homeଅଘଟଣକାଠ ବୋଝେଇ ଟ୍ରାକ୍ଟର ଜବତ,ଜଣେ ଗିରଫ ।

କାଠ ବୋଝେଇ ଟ୍ରାକ୍ଟର ଜବତ,ଜଣେ ଗିରଫ ।

ଗାଇସିଲେଟ-ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ଅନ୍ତର୍ଗତ ଡାଙ୍ଗବାହାଲ ଠାରେ ଖଇର ଗଣ୍ଡି ଚୋରି କରି ନେଉଥିବା (ଓଡ଼ି ୧୭ ଯେ ୦୭୧୩) ଟ୍ରାକ୍ଟର ଯାହାର ଟ୍ରଲି ନମ୍ବର (ଓଡି ୧୭ ଯେ ୦୭୧୪) କୁ ବନ ବିଭାଗ ଜବତ କରିଛି। ତେବେ ଜବତ କାଠ ୨.୧୫୦ ମେଟ୍ରିକ୍ ଟନ୍ ହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ଏକ ଲକ୍ଷ ପାଞ୍ଚ ହଜାର ପାଞ୍ଚଶହ ଟଙ୍କା ବୋଲି ରେଞ୍ଜର ଶ୍ରୀଯୁକ୍ତ ଜଗଦଳା ସୂଚନା ଦେଇଛନ୍ତି ।

ମିଳିଥିବା ସୂଚନାନୁଯାୟୀ ଡାଙ୍ଗବାହାଲ ଠାରୁ ବଡ଼ସାହାଜବାହାଲକୁ ଟ୍ରାକ୍ଟର ଯୋଗେ ଖଇର କାଠ ଚାଲାଣ ହେଉଥିବା ବିଶ୍ଵସ୍ଥ ସୂତ୍ରରୁ ଖବର ପାଇ ପଦ୍ମପୁର ବନାଞ୍ଚଳ ଅଧିକାରୀ ସୁଦାମ ଜଗଦଲା, ବନପାଳ ଅଶ୍ଵିନୀ କୁମାର ଭୋଇ,ଝରଣା ସାହୁ,ସ୍କ୍ୱାର୍ଡ ଗଣେଶ ସାହୁ,ଚନ୍ଦନ ପଧାନ,ବସୁଦେବ ସାହୁ,

ଦାମ୍ବୋଦର ସାହୁ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଟ୍ରାକ୍ଟରକୁ ଜବତ କରିବା ସହ ବଡସାହାଜବାହାଲ ଗ୍ରାମର ଟ୍ରାକ୍ଟର ଡ଼୍ରାଇଭର ତୀର୍ଥ ସାହୁ (୪୨) ଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ ଉକ୍ତ ଅଞ୍ଚଳର କାଠ ମାଫିଆ ସୁରେନ୍ଦ୍ର ସାହୁ ଓ ଇଲୁ ସାହୁଙ୍କ ନାମରେ ମାମଲା ରୁଜୁ କରାଯାଇଛି ।

error: Content is protected !!