Wednesday, March 12, 2025
spot_imgspot_imgspot_img
Homeରାଜ୍ୟଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

ସୁବର୍ଣ୍ଣପୁର(ଶାନ୍ତନୁ କୁମାର କର୍ଣ୍ଣ)-ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସଭା ଗୃହ ଠାରେ ଆନ୍ତର୍ଜାତୀୟ ମହିଳା ଦିବସ ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା ଦୁର୍ଗାଦତ୍ତ ଦାସ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି l ଉକ୍ତ ସଭାରେ ଆସୋସିଏସନ ସର୍ଜନ ଅଫ ଇଣ୍ଡିଆ ସିଟି ବ୍ରାଞ୍ଚ ସମ୍ବଲପୁର ର ସଭାପତି ଡା ରାଜକୁମାର ସାହୁ ସିନିଅର ସର୍ଜରୀ ସ୍ପେସିଆଲିଷ୍ଟ ଡି ଏଚ ଏଚ ବରଗଡ ଓ ସମ୍ପାଦକ ଡା ପ୍ରତ୍ୟୁଷ ରଞ୍ଜନ ବିଶି ଆସୋସିଏଟ ପ୍ରଫେସର ସର୍ଜରୀ ବୁର୍ଲା , ସମଲେଶ୍ୱରୀ ନରସିଙ୍ଗ ହୋମ ବୁର୍ଲା ର ଡିରେକଟର ଡା ରବୀନ୍ଦ୍ର ପ୍ରଧାନ, ସହକାରୀ ପ୍ରଫେସର ସର୍ଜରୀ ଡା ବିଶ୍ୱଜିତ ବେଦବାକ ବୁର୍ଲା,ଡା ବିପିନ ବିହାରୀ ସାହୁ ସର୍ଜରୀ ସ୍ପେସିଆଲିଷ୍ଟ, ସିନିଅର ସ୍ପେସିଆଲିଷ୍ଟ ସ୍ତ୍ରୀ ଓ ପ୍ରସୂତି ରୋଗ ଡା ପ୍ରକାଶ ଚନ୍ଦ୍ର ଦଣ୍ଡସେନା ଓ ଡା ମାନସ ଦଣ୍ଡପାଟ ସବୁ ମଞ୍ଚାସିନ ଥିଲେ l

ଏହି ସଭାରେ ସରକାରୀ ମହିଳା ସ୍ୱାସ୍ଥ୍ୟକର୍ମୀ ତାଲିମ କେନ୍ଦ୍ରର ଛାତ୍ରୀ ତଥା ବିଜୁ ପଟନାୟକ ନର୍ସିଙ୍ଗ କଲେଜ ସୋନପୁର ର ଛାତ୍ରୀ, ସୁବର୍ଣ୍ଣପୁର ନର୍ସିଙ୍ଗ କଲେଜ ର ଛାତ୍ରୀମାନେ ଉପସ୍ଥିତ ଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସମସ୍ତ ନର୍ସିଙ୍ଗ ଅଫିସର, ଏ ଏମ ଏନ ସି ଡି ଗୀତାଞ୍ଜଳି ମେହେର, ହସ୍ପିଟାଲ ମ୍ୟାନେଜର ବି କେ ସାଗରୀକା ପ୍ରମୁଖ ଉପସ୍ଥିତ ଥିଲେ. ସମସ୍ତ ଅତିଥି ମହିଳା ସଶକ୍ତି କରଣ,ମହିଳା ମାନଙ୍କର ସ୍ୱାସ୍ଥ୍ୟ କିପରି ଭଲ ରହିବ ଓ ସମାଜ ରେ ସେମାନେ କିପରି ପ୍ରତିଷ୍ଠିତ ହୋଇ ଦେଶ ଗଠନ ରେ ପ୍ରମୁଖ ଭୂମିକା ନେଇପାରିବେ ତା ଉପରେ ମତ ପ୍ରକାଶ ହୋଇଥିଲା l ସ୍ୱାସ୍ଥ୍ୟ ପରିଦର୍ଶକ ପ୍ରମୋଦ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l

error: Content is protected !!