Tuesday, March 10, 2026
Homeରାଜ୍ୟମହିଳା ମହାବିଦ୍ୟାଳୟରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ।

ମହିଳା ମହାବିଦ୍ୟାଳୟରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ।

ବରପାଲି-ବରପାଲିଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟ ପରିସରରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷା ପଦ୍ମିନୀ ଦାଶଙ୍କ ସଭାପତିତ୍ବରେ କାର୍ଯ୍ଯକ୍ରମ ପରିଚାଳିତ ହୋଇଥିଲା। ଅଧ୍ୟାପିକା ନିଳୀମା ନାୟକଙ୍କ ସଂଯୋଜନାରେ ପରିଚାଳିତ ସଭାକାର୍ଯ୍ଯରେମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟ ପ୍ରତିଷ୍ଠାତା ଅନ୍ତର୍ଯ୍ୟାମୀ ପଣ୍ଡା ଯୋଗ ଦେଇ କାର୍ଯ୍ଯକ୍ରମକୁ ଉଦଘାଟନ କରିଥିଲେ। ମୁଖ୍ୟବକ୍ତା ଭାବେ ଜଗବନ୍ଧୁ ଦାଶ ଉଚ୍ଚ ମାଧ୍ୟମିକ ମହାବିଦ୍ୟାଳୟ ଇଂରାଜୀ ଅଧ୍ୟାପକ ସୁଧାଂଶୁ କୁମାର ଦାଶ ଯୋଗ ଦେଇ ସାଂପ୍ରତିକ ପରିପ୍ରେକ୍ଷୀରେ ନାରୀ ପୁରୁଷ ସହ ସମକକ୍ଷତା ସହ ପ୍ରାଚୀନ ସମୟରେ ନାରୀର ସାହସିକତା ଉପରେ ଆଲୋଚନା କରିଥିଲେ।

ମହାବିଦ୍ୟାଳୟ ସମସ୍ତ ଛାତ୍ରୀ ମାନେ ଆଲୋଚନାରେ ଭାଗ ନେଇଥିଲେ। ଅଧ୍ୟାପିକା ଜ୍ୟୋତି ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ମହାବିଦ୍ୟାଳୟ ଅଧ୍ୟାପକ ଯତୀନ୍ଦ୍ର କୁମାର ସାହୁ, ନେପାଲ ବିଶ୍ବାଲ ଅଧ୍ୟାପିକା ପିଙ୍କି ବାରିକ,ସସ୍ମିତା ମେହେର,ମନିଷା ଭୋଇ, ପୁନମ ସାହୁ, ଶୋଭାବତୀ ଥପା,ସହକର୍ମୀ ଶଶାଙ୍କ ଶେଖର ପଧାନ,ସାର୍ଥକ ପାଣିଗ୍ରାହୀ,ବିରେନ୍ଦ୍ର ଖଟୁଆ, ନୃପରାଜ ବରିହା,ତ୍ରିପୁରା ବେହେରା ସାମିଲ ହୋଇଥିଲେ ।

error: Content is protected !!