Tuesday, March 10, 2026
Homeରାଜ୍ୟବୃଦ୍ଧା କିଶୋରୀଙ୍କ ଦୁଃଖ ବୁଝିଲେ ବିଡିଓ ଲକ୍ଷ୍ମଣ ମାଝି ।

ବୃଦ୍ଧା କିଶୋରୀଙ୍କ ଦୁଃଖ ବୁଝିଲେ ବିଡିଓ ଲକ୍ଷ୍ମଣ ମାଝି ।

ଗାଇସିଲେଟ-ଅନ୍ତ ଫାଡ଼ି ପୁଅକୁ ଜନ୍ମ ଦେଇଥିଲା । ପାଳିପୋଷି ମଣିଷ କରିଥିଲା। ଆଶା କରିଥିଲା ବୃଦ୍ଧ ବୟସରେ ସାହାରା ହବ ପୁଅ କିନ୍ତୁ ବୁଢ଼ୀ ହୋଇଗଲା ବୋଲି ଅଲୋଡ଼ା ହେଲା ଜନ୍ମକଲା ମା’। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ସନ୍ଧିବାହାଳ ଗ୍ରାମପଞ୍ଚାୟତ ଅନ୍ତର୍ଗତ ବେହେରମୁଣ୍ଡା ଗ୍ରାମରେ । ସୁଚନାମୂତାବକ ଗାଇସିଲେଟ ବିଡିଓ ଶ୍ରୀଯୁକ୍ତ ଲକ୍ଷ୍ମଣ ମାଝି ଉକ୍ତ ଗ୍ରାମକୁ ଅନ୍ତୋଦୟ ଗୃହ ପରିଦର୍ଶନ କରିବାକୁ ଯାଇଥିବା ସମୟରେ ହଟାତ ନଜର ପଡ଼ିଥିଲା ବାରଣ୍ଡାରେ ରହୁଥିବା ଜଣେ ବୟସ୍କ ମହିଳାଙ୍କ ଉପରେ ।

ତୁରନ୍ତ ବିଡିଓ ମହାଶୟ ଘଟଣା ବିଷୟରେ ମହିଳାଙ୍କ ନିକଟରୁ ଶୁଣିବା ପାଇଁ ପାଇଥିଲେ ନିଜ ନାଁ ରେ ପାଇଥିବା ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ତାଙ୍କ ପୁଅ ପ୍ରଫୁଲ୍ଲ ନାଗ ନିଜ ପରିବାର ସହିତ ଉକ୍ତ ଗୃହରେ ରହୁଥିବା ବେଳେ ମା କିଶୋରୀ ନାଗ ଓ ବାପା ଜବଦୁ ନାଗଙ୍କୁ ଘରୁ ବିଦା କରିଦେଇ ଥିବାରୁ ପର ପିଣ୍ଡାରେ ଆଶ୍ରୟ ନେଉଛନ୍ତି ଉଭୟ ବୃଦ୍ଧ ସ୍ବାମୀ ଓ ସ୍ତ୍ରୀ । ଘଟଣା ବିଷୟରେ ଅବଗତ ହେଲା ପରେ ବିଡିଓ ଶ୍ରୀଯୁକ୍ତ ମାଝି ତୁରନ୍ତ ପ୍ରଫୁଲ୍ଲ ନାଗଙ୍କୁ ନିଜ ଘରେ ନିଜ ବାପା ମାଙ୍କୁ ରଖିବା ପାଇଁ କହିଥିଲେ ।

ନଚେତ ଆଗାମୀ ଦିନରେ ଆଇନ ଅନୁସାରେ ପଦକ୍ଷେପ ନିଆଯିବ ବୋଲି ତାଗିଦ କରିବା ସହ ନୋଟିସ କରିଥିଲେ ଏବଂ ଗାଇସିଲେଟ ଥାନାରେ ମଧ୍ୟ ଖବର ଜଣାଇ ଥିଲେ । ସଙ୍ଗେ ସଙ୍ଗେ ସନ୍ଧିବାହାଲ ସରପଞ୍ଚଙ୍କୁ ନିର୍ଦ୍ଧେଶ ଦେଇଥିଲେ ତାଙ୍କୁ ଚାଉଳ ଓ ଶୁଖିଲା ଖାଦ୍ୟ ଯୋଗାଇଦେବା ପାଇଁ ତେବେ ବିଡ଼ିଓଙ୍କ ଏଭଳି କାମ ଦେଖି ଗ୍ରାମବାସୀ ଖୁବ୍ ପ୍ରଶଂସା କରିଥିଲେ ।

error: Content is protected !!