ପାଇକମାଲ-ମାଣ୍ଡୋସିଲ ଖେଳପଡିଆ ଠାରେ ଚାଲିଥିବା ମାଣ୍ଡୋସିଲ କ୍ରିକେଟ କପ୍ ଟୁର୍ଣ୍ଣାମେଣ୍ଟରେ ଘରୋଇ ମାଣ୍ଡୋସିଲ ଦଳଚମ୍ପିୟାନ ହୋଇଛି।ଏମସିସି ମାଣ୍ଡୋସିଲ ଓ ବାଳିପଟା ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ବାଳିପଟା ଟସ୍ ଜିଣି ପ୍ରଥମେ ମାଣ୍ଡୋସିଲକୁ ବ୍ୟାଟିଂ କରିବା ପାଇଁ ନିମନ୍ତ୍ରଣ କରିଥିଲା।ମାଣ୍ଡୋସିଲ ନିର୍ଧାରିତ ୮ ଓଭରରେ ୫ ୱିକେଟ୍ ବିନିମୟ ୧୫୦ ରନ୍ ସଂଗ୍ରହ କରିଥିଲେ। ମାଣ୍ଡୋସିଲ ଦଳ ତରଫରୁ ନିର୍ମଳ ନାୟକ ଧୁଆଧାର ୬୯ (୧୯) ସେଥିରେ ୧୧ ଛକା ସାମିଲ ଥିଲା। ଏହାର ଜବାବରେ ବାଳିପଟା ଦଳ ୮ ଓଭରରେ ୮୩ ରନ କରି ଅଲ୍ ଆଉଟ୍ ହୋଇଯାଇଥିଲା।

ଆଜି ପ୍ରଥମ ସେମିଫାଇନାଲରେ ମାଣ୍ଡୋସିଲ ଦଳ ଝିଟକିକୁ ପରାସ୍ତ କରିଥିବା ବେଲେ ଦ୍ବୀତୀୟ ସେମିଫାଇନାଲରେ ବାଲିପଟା ଦଳ ପାଇକମାଳ କଲୋନୀକୁ ପରାସ୍ତ କରି ଫାଇନାଲରେ ପହଞ୍ଚି ଥିଲା। ଫାଇନାଲର ଉଦଯାପନୀ ସନ୍ଧ୍ୟା ଅବସରରେ ମାଣ୍ଡୋସିଲ ସରପଞ୍ଚ ଓମ୍ ପ୍ରକାଶ ନାୟକ,ସମିସଭ୍ଯ ଗୁଲାମ ରସୁଳ ରଙ୍ଗରେଜ, ସମାଜସେବୀ ମହେନ୍ଦ୍ର ଖୁଣ୍ଟିଆ, ଶିକ୍ଷକ ଉଗ୍ରସେନ ପ୍ରଧାନ,ଋଷିଦେବ ରଣା ଓ ରାଜିବ ସାହୁ ଯୋଗଦେଇ ବିଜେତା ଟ୍ରଫି,ଉପ ବିଜେତା ଟ୍ରଫି ସହିତ

ମେନ୍ ଅଫ୍ ଦି ଫାଇନାଲ , ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍, ସର୍ବଶ୍ରେଷ୍ଠ ବୋଲର ଓ ସିରିଜର ଶ୍ରେଷ୍ଠ ଖେଳାଳି ଙ୍କୁ ପୁରସ୍କୃତ କରିଥିଲେ । ଆଜି ଫାଇନାଲ ମ୍ୟାଚ କୁ ଅମ୍ପାୟାର ବିଭୁ ରାମଲାନ ଓ ଦେବ ସିଂହ ଭୋରାସାଗର ପରିଚାଳନା କରିଥିବା ବେଳେ ସ୍କୋରର ଭାବରେ ବିଜୁ ସିଂ ପରିଚାଳନା କରୁଥିଲେ। ଏମସିସି ର ସମ୍ପାଦକ ଅନିଳ ଦାସ୍ ସଫଳତା ସହିତ ସମାପନ ହୋଇଥିବାରୁ ସମସ୍ତ କମିଟି ସଦସ୍ୟ ଗ୍ରାମବାସୀଙ୍କୁ ଆନ୍ତରିକ ଧନ୍ୟବାଦ୍ ଅର୍ପଣ କରିଥିଲେ।


