Saturday, March 7, 2026
Homeଖେଳସ୍ପାର୍ଟନ ସ୍ପୋଟିଂ ଗ୍ରାମାଞ୍ଚଳ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ : ଜି.ଏସ.ସି.ସି ଖଇରପାଲି ଚମ୍ପିଆନ ।

ସ୍ପାର୍ଟନ ସ୍ପୋଟିଂ ଗ୍ରାମାଞ୍ଚଳ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ : ଜି.ଏସ.ସି.ସି ଖଇରପାଲି ଚମ୍ପିଆନ ।

ଗାଇସିଲେଟ-ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ କଟାବାହାଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ କଟାବାହାଲ ଗ୍ରାମରେ ସ୍ପାର୍ଟନ ସ୍ପୋଟିଂ କ୍ରିକେଟ କ୍ଲବ ଆନୁକୁଲ୍ୟରେ ଆୟୋଜିତ ପଞ୍ଚ ଦିବସୀୟ ଗ୍ରାମାଞ୍ଚଳ କ୍ରିକେଟ ଟୁର୍ଣ୍ଣାମେଣ୍ଟ ସ୍ଥାନୀୟ ଖେଳପଡିଆଠାରେ ୨୫ ତାରିଖ ରୁ ଆରମ୍ଭ ହୋଇ ୨୮ ତାରିଖରେ ଉଦଯାପିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟର ପ୍ରଥମ ଦିବସରେ ମୁଖ୍ୟଅତିଥି ଭାବରେ ବ୍ଲକ ଅଧ୍ୟକ୍ଷ ପ୍ରଣୟ କୁମାର ସାହୁ ଯୋଗଦେଇ ଉଦଘାଟନ କରିଥିବା ବେଳେ ଫାଇନାଲ ମ୍ୟାଚ ରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପରିଷଦ ସଭ୍ୟା ଝରଣା ପାଣିଗ୍ରାହୀ,ସମ୍ମାନିତ ଅତିଥି ଭାବରେ ସାମ୍ବାଦିକ ସୁଶାନ୍ତ ପଣ୍ଡା,ଗୌନ୍ତିଆ ମାନଭଞ୍ଜନ ବରିହା, ଆଇନଜୀବୀ ପ୍ରବୀଣ ପାଣିଗ୍ରାହୀ,ବିଜେପି ମଣ୍ଡଳ ସଭାପତି ସୁଧୀର ମହାକୁଡ,ବିଜେପି ନେତା ଆନନ୍ଦ ମାଟାରି,କାର୍ତ୍ତିକ ବରିହା ପ୍ରମୁଖ ଯୋଗ ଦେଇଥିଲେ ।

ମୋଟ ୧୬ଟି ଦଳ ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଥିବା ବେଳେ ଖଇରପାଲି ଓ ସାରଙ୍ଗପୁର ଫାଇନାଲ ମ୍ୟାଚ୍‌ କୁ ଉନ୍ନୀତ ହୋଇଥିଲେ । ଫାଇନାଲ ମ୍ୟାଚ ରେ ଟସ୍ ଜିତି ପ୍ରଥମେ ଖଇରପାଲି କ୍ରିକେଟ କ୍ଲବ ନିର୍ଦ୍ଧାରିତ ୬ ଓଭର ରେ ୫ ଉଇକେଟ ହରାଇ ୮୪ ରନ୍ କରିଥିଲା ଜବାବ ରେ ସାରଙ୍ଗପୁର କ୍ରିକେଟ କ୍ଲବ ୭ ଉଇକେଟ ହରାଇ ୫୫ ରନ୍ କରିବାରେ ସକ୍ଷମ ହୋଇଥିଲା ।ଏହି ମ୍ୟାଚ୍ ଖଇରପାଲି ଅତି ସହଜରେ ଜିତି ଚମ୍ପିୟାନ ହୋଇଥିବା ବେଳେ ପରିଶେଷରେ ବିଜେତା ଦଳ କୁ ଟ୍ରଫି ସହ ୧୦ ହଜାର ଟଙ୍କା ରନର୍ସଅପ୍‌ ଦଳ ପାଇଁ ଟ୍ରଫି ସହ ୬ ହଜାର ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା ।

ନରେନ୍ଦ୍ର ବରିହା, ଜଗା ବରିହା ଅମ୍ପାୟର ଭାବେ ଖେଳ ପରିଚାଳନା କରିଥିବା ବେଳେ ମନୋଜ ବରିହା,ଅର୍ଜୁନ ବରିହା ସ୍କୋରର ଭାବରେ ଦାୟିତ୍ଵ ତୁଲାଇଥିଲେ । ଭାସ୍କର ସାହୁ,ଭଗବାନ ବରିହା, ଜଗା ବରିହା ଧାରା ବିବରଣୀ ପ୍ରଦାନ କରିଥିଲେ । ରାଧାକୃଷ୍ଣ ବରିହା ଓ ସାନ ବାରିହଙ୍କ ନେତୃତ୍ୱରେ ସ୍ପାର୍ଟନ ସ୍ପୋଟିଙ୍ଗ ଷ୍ଟାର କ୍ରିକେଟ କ୍ଲବ ର ସମସ୍ତ ସଦସ୍ୟ ଙ୍କ ସହଯୋଗରେ ଟୁର୍ଣ୍ଣାମେଣ୍ଟ ଟି ସଫଳ ହୋଇଥିଲା ।

error: Content is protected !!