Saturday, March 1, 2025
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିବାଦିବାହାଲ ପ୍ରାଥମିକ ବିଦ୍ୟାଳୟରେ ଆମ ସଂସ୍କୃତି ଆମ ଖେଳନା ଓ ବାର୍ଷିକୋତ୍ସବ ।

ବାଦିବାହାଲ ପ୍ରାଥମିକ ବିଦ୍ୟାଳୟରେ ଆମ ସଂସ୍କୃତି ଆମ ଖେଳନା ଓ ବାର୍ଷିକୋତ୍ସବ ।

ପାଇକମାଲ-ଚେରେଙ୍ଗାଝାଞ୍ଜ କ୍ଳଷ୍ଟର ଅନ୍ତର୍ଗତ ବାଦିବାହାଲ ପ୍ରାଥମିକ ବିଦ୍ୟାଳୟରେ ଆମ ସଂସ୍କୃତି ଆମ ଖେଳଣା ଓ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି। ସ୍କୁଲ ପ୍ରଧାନ ଶିକ୍ଷକ ମାଧବ ପୁରୋହିତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୂଖ୍ୟ ଅତିଥି ରୂପେ ଭାରପ୍ରାପ୍ତ ବିଇଓ ରାଧେଶ୍ୟାମ ମେହେର ଏବଂ ସମ୍ମାନିତ ଅତିଥି ରୂପେ ଏବିଇଓ ଧଲେନ୍ଦ୍ର ବାରିକ,ସିଆରସିସି ଉଗ୍ରସେନ ପ୍ରଧାନ,ସ୍କୁଲ ପରିଚାଳନା କମିଟି ସଭାପତି ରମେଶ ବାଗ ,ସିଆରସିସି ବ୍ରଜକିଶୋର ଜେନା ଓ ସିଆରସିସି ବିଜୟ କୁମାର ସ୍ବାଇଁ ଯୋଗଦେଇଥିଲେ।

ବରେଣ୍ୟ ଅତିଥି ରୂପେ କୈଳାସ ଦିଶ୍ରୀ, ଦୁଃଶାସନ କୁମ୍ଭାର, ପ୍ରଧାନ ଶିକ୍ଷକ ଦୁବରାଜ ବେଶରା, ନିତ୍ୟାନନ୍ଦ ସୁନା ଏବଂ ସହଦେଵ ମାଝୀ ଯୋଗଦାନ କରିଥିଲେ। ବିଭିନ୍ନ ପ୍ରତିଯୋଗିତା ରେ କୃତ୍ତିତ୍ଵ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଉପସ୍ଥିତ ଅତିଥି ପୁରସ୍କାର ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଶିକ୍ଷୟିତ୍ରୀ ପଦ୍ମିନୀ ଭୋଇ ଓ ପିତାମ୍ବର ନେତାମ ତଥା ଗ୍ରାମବାସୀ ସହଯୋଗ କରିଥିବା ବେଳେ ପଦ୍ମିନୀ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ।

error: Content is protected !!