ପଦ୍ମପୁର – ପଦ୍ମପୁର ଉପଖଣ୍ଡ ଜମଲା ଗ୍ରାମପଂଚାୟତ ଡୁଙ୍ଗୁରିପାଲି ଠାରେ ତୃତୀୟ ସଂଜୀବନି ପାଣିଗ୍ରାହୀ ମେମୋରିଆଲ ଏବଂ ତ୍ରୋୟଦଶ ଗଜାନନ କ୍ରକିକେଟ କପ ଉଦଘାଟିତ ହୋଇଯାଇଛି । ଉଦଘାଟନୀ ଉତ୍ସବରେ ରାଧାମାଧବ ପାଣିଗ୍ରାହୀ ଓ ରାଧାରମଣ ପାଣିଗ୍ରାହୀ ଅତିଥି ଭାବରେ ଯୋଗଦେଇ ଶୁଭ ଉଦଘାଟନ କରିଥିଲେ ।

ଚଳିତ ବର୍ଷ ଏହି ଟୁର୍ଣ୍ଣାମେଣ୍ଟରେ ଗ୍ରାମଶଞ୍ଚଳର କୋଡିଏ ଗୋଟି ଦଳ ଅଂଶ ଗ୍ରହଣ କରିବେ । ଚଳିତ ବର୍ଷ ବିଜେତା ଦଳଙ୍କୁ ୧୩୦୦୦ ଟଙ୍କା ପୁରସ୍କାର ରାଶି ସହ ଟ୍ରଫି ଓ ଉପବିଜେତା ଦଳଙ୍କୁ ୮୦୦୦ ଟଙ୍କା ପୁରସ୍କାର ରାଶି ସହ ଟ୍ରଫ ପ୍ରଦାନ କରାଯିବ ବୋଲି ଆୟୋଜକ କମିଟି ପକ୍ଷରୁ ସୂଚନା ମିଲିଛି ।

ଆଜିର ମ୍ୟାଚ ଗୁଡିକୁ ସଫେଦ ଛତର ଓ ସୁନିଲ ବାଗ ପରିଚାଲନା କରିଥିବା ବେଳେ ସୁଦାମ ଛତର ଧାରାବିବରଣୀ ପ୍ରଦାନ କରିଥିଲେ ଓ ଆକାଶ ଛତର ସ୍କୋରର ଦାୟିତ୍ୱ ତୁଲାଇଥିଲେ । ସୁନିଲ ବାଗ,ଅନିଲ ମହାନନ୍ଦ, ନିରୋଜ ମହାନନ୍ଦ ଓ ଚକାଡୋଲା ଶ୍ରୀଚୁଆଁ ପରିଚାଲନାରେ ସହଯୋଗ କରିଥିଲେ ।


