ପଦ୍ମପୁର – ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର,ପଦ୍ମପୁରରେ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇ ଯାଇଛି । ଏହି ଦିବସ ଅବସରରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଡ. ଦ୍ଵାଦଶ କୁ. ପ୍ରଧାନ ଦ୍ଵୀପ ପ୍ରଜ୍ଜ୍ବଳନ ପୂର୍ବକ କାର୍ଯ୍ୟକ୍ରମଟିକୁ ଆଗେଇ ନେଇଥିଲେ । ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଚୈତନ୍ୟ ଭୋଇ ଅତିଥି ପରିଚୟ ସହ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଜାତୀୟ ବିଜ୍ଞାନ ଦିବସ ଅବସରରେ ମମତା ଗଡତିଆ ଗୁରୁମା ସି.ଭି. ରମଣଙ୍କ ଜୀବନୀ ବିଷୟରେ ଉପସ୍ଥାପନ କରିଥିଲେ ।

ମୁଖ୍ୟ ଅତିଥି ଶ୍ରୀଯୁକ୍ତ ପ୍ରଧାନ ଆଜ୍ଞା ଜାତୀୟ ବିଜ୍ଞାନ ଦିବସ କାହିଁକି ପାଳନ କରିଥ।ଉ ତଥା ବିଜ୍ଞାନ ମଣିଷ ପାଇଁ କିପରି ବରଦାନ ସାଜିଛି ସେ ବିଷୟରେ ଆଲୋକପାତ କରିଥିଲେ । ବିଜ୍ଞାନ ବିଭାଗର ଗୁରୁଜୀ ଶ୍ରୀଯୁକ୍ତ ସଂଗ୍ରାମ ପଟେଲ କାର୍ଯ୍ୟକ୍ରମଟିକୁ ସଂଯୋଜନା କରିଥିବା ବେଳେ ଶ୍ରୀଯୁକ୍ତ ରାଧାକାନ୍ତ ସାହୁ ଗୁରୁଜୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତ ଗୁରୁଜୀ ଗୁରୁମାଙ୍କ ସହଯୋଗରେ କର୍ଯ୍ୟକ୍ରମଟି ସଫଳ ହୋଇଥିଲା ।


