Friday, February 28, 2025
spot_imgspot_imgspot_img
Homeରାଜ୍ୟ୪୦ ଫୁଟ ହନୁମାନଙ୍କ ବିଗ୍ରହ ପ୍ରତିଷ୍ଠା ପାଇଁ କଳସ ଯାତ୍ରା ।

୪୦ ଫୁଟ ହନୁମାନଙ୍କ ବିଗ୍ରହ ପ୍ରତିଷ୍ଠା ପାଇଁ କଳସ ଯାତ୍ରା ।

ବରପାଲି-ବରପାଲି ବ୍ଲକ ଅନ୍ତର୍ଗତ ଲୋକକଳା ତଥା ମନ୍ଦିର ମାଳିନୀ ଗାଁ କୁମ୍ଭାରୀରେ କଲେଶ୍ୱର ସଂଘ ଓ ଗାଁବାସୀଙ୍କ ସହଯୋଗରେ ୪୦ ଫୁଟ ଉଚ୍ଚତା ବିଶିଷ୍ଟ ମହାବୀର ହନୁମାନଙ୍କ ବିଗ୍ରହ ପ୍ରତିଷ୍ଠା ମହୋତ୍ସବ ଚାରି ଦିନ ବ୍ୟାପି ଅନୁଷ୍ଠିତ ହେବ l ସକାଳରେ ଯାହାଙ୍କ ପରିଶ୍ରରେ ନିର୍ମାଣ କରାଯାଇଥିବା ହୁନୁମାନ ପ୍ରେମୀ ତନୁ କର୍ତ୍ତୀ ଓ କର୍ତ୍ତା ଦାଇତ୍ୱ ତୁଲାଉ ଥିବା ୭ ଯୋଡି ବରଣ କରିଥିଲେ l

ମୁଖ୍ୟ କର୍ତ୍ତା ତନୁଙ୍କ ପୁତୁରା ଜଗବନ୍ଧୁ କର୍ତ୍ତୀ ଓ ତାଙ୍କ ଧର୍ମପତ୍ନୀ ବୃନ୍ଦାବତୀ କର୍ତ୍ତୀ ରହିଥିବା ବେଳେ ଶକ୍ତିସ୍ୱରୂପ ମିଶ୍ର ଓ ଧର୍ମପତ୍ନୀ ସ୍ଵପ୍ନା ମିଶ୍ର,ପିଣ୍ଟୁ ସାହୁ ଓ ଧର୍ମପତ୍ନୀ ପ୍ରମୋଦିନୀ ସାହୁ,କରୁଣା ବେହେରା ଓ ଧର୍ମପତ୍ନୀ ନିରୂପମା ବେହେରା,ଶରତ ପଧାନ ଓ ଧର୍ମପତ୍ନୀ ସନ୍ତୋସିନୀ ପଧାନ, ମଛ ଭୋଇ ଓ ଇଲାଚି ଭୋଇଙ୍କ ନେତୃତ୍ୱରେ ପୂଜାମଣ୍ଡପରୁ ଏକ ବିରାଟ କଳସ ଶୋଭାଯାତ୍ରାରେ ବାହାରି ଲକ୍ଷ୍ମୀ ନଗର ଦେଇ ଜାମପଡାକୁ ପହଞ୍ଚିଥିଲେ l

ସେଠାରୁ କୃଷ୍ଣଗୁରୁ ପଡା ଦେଇ ଜଗନ୍ନାଥ ମନ୍ଦିର ଦେଇ ବନ୍ଧପଡା ଦେଇ ବଡବନ୍ଧରେ ପୂଜାର୍ଚ୍ଚନା କରି ପୂର୍ଣ୍ଣ କଳସରେ ପାଣି ଆଣି ବାଗପଡା ବେଇ କଲେଶ୍ୱର ମନ୍ଦିରରେ ପହଞ୍ଚି ସେଠାରୁ ପୂଜାମଣ୍ଡରେ ଉପବିଷ୍ଟ କରିଥିଲେ l ପରେ ପଣ୍ଡିତଗଣ ପୁଜାମନ୍ତ୍ର ପାଠ କରିଥିଲେ l ଯାତ୍ରା କମିଟିର ସଭାପତି ଭଗବାନ ଓ ସଂଘର କର୍ମକର୍ତ୍ତା ମାନଙ୍କ ସହ ଅଗଣିତ ମହିଳା, ପୁରୁଷ ଓ ଛୋଟ ଛୋଟ ପିଲାମାନେ ସାମିଲ ହୋଇଥିଲେ l ସମସ୍ତ କାର୍ଯ୍ୟକ୍ରମକୁ ଉତ୍ଘୋଷଣl କରୁଛନ୍ତି ରାମଜୀ ପଧାନ,ପ୍ରଦୀପ ସାହୁ,ଧୀରେନ ସାହୁ,ସେବାନନ୍ଦ ନାୟକ ଓ ସଚିନ ମହାପାତ୍ର l ରାତ୍ରରେ ଖଞ୍ଜଣି ଭଜନ ହୋଇଛି l

error: Content is protected !!