ପଦ୍ମପୁର-ଜେନିଥ ଲାୟନ୍ସ ଗୁରୁକୁଳରେ ଜାତୀୟ ବିଜ୍ଞାନ ଦିବସ ପାଳନ କରାଯାଇଛି, ଯାହା ପ୍ରତିବର୍ଷ ୨୮ ଫେବୃଆରୀରେ ଭାରତରେ ପାଳନ କରାଯାଏ। ଏହି ଦିନ ଭାରତୀୟ ବୈଜ୍ଞାନିକ ଚନ୍ଦ୍ରଶେଖର ଭେଙ୍କଟ ରମଣଙ୍କ ଦ୍ୱାରା ୧୯୨୮ ମସିହାରେ ରମଣ ପ୍ରଭାବ (Raman Effect) ଆବିଷ୍କାରର ସ୍ମୃତିରେ ପାଳନ କରାଯାଏ।

ଏହି ଅବସରରେ, ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବିଜ୍ଞାନ ଓ ଗଣିତର ବିଭିନ୍ନ ଶାଖା ସହିତ ସମ୍ପର୍କିତ ପ୍ରକଳ୍ପ ଏବଂ ମଡେଲ୍ ପ୍ରଦର୍ଶନ କରିଥିଲେ, ଯାହା କୃଷି, ଖାଦ୍ୟ ସୁରକ୍ଷା, ଶକ୍ତି ଉତ୍ସ ଏବଂ ସଂରକ୍ଷଣ, ପରିବେଶ ସମସ୍ୟା, ବିପର୍ଯ୍ୟୟ ପରିଚାଳନା, ଓ ବର୍ଷାଜଳ ସଂଗ୍ରହଣ ଇତ୍ୟାଦି ବିଷୟରେ ଆଧାରିତ ଥିଲା।

ବିଜ୍ଞାନ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ତତ୍ତ୍ୱlବଧାନରେ ଜାତୀୟ ବିଜ୍ଞାନ ଦିବସ ପାଳିତ ମେଳାକୁ ଉଦ୍ଘାଟନ ଆରମ୍ଭ ହୋଇଥିଲା । ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ପରିଚାଳନା କମିଟି ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ। ଶେଷରେ ବରିଷ୍ଠ ଶିକ୍ଷକ ସନ୍ତୋଷ କୁମାର ବେହେରା ସମାପନରେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।


