Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିମହାଶିବରାତ୍ରି ଅବସରରେ ଗୁଦେରପାଲିରେ ଅଷ୍ଟପ୍ରହରୀ ।

ମହାଶିବରାତ୍ରି ଅବସରରେ ଗୁଦେରପାଲିରେ ଅଷ୍ଟପ୍ରହରୀ ।

ଗାଇସିଲେଟ(ରିଙ୍କୁ ଦେବତା)-ମହାଶିବରାତ୍ରି ଅବସରରେ ଭାଇଚାରାର ମହାମିଲନରେ ଗାଇସିଲେଟ ବ୍ଲକ ଅନ୍ତର୍ଗତ ଗୁଦେରପାଲି ଗାଁରେ ଅଷ୍ଟପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ଗାଁର ଶତାଧିକ ଭକ୍ତ ପ୍ରଥମେ ବଡ଼ ପୋଖରୀରୁ ପୁର୍ଣ୍ଣ କଲସୀ ଆଣି ଗ୍ରାମ ପରିକ୍ରମା କରି ଯଜ୍ଞ ମଣ୍ଡପରେ ସ୍ଥାପନ କରିଥିଲେ। ପଣ୍ଡିତ ତରଣିସେନ ଦେବତା ଏବଂ ରିଙ୍କୁ ଦେବତା ପୂଜାର୍ଚ୍ଚନା କରିଥିବା ବେଳେ କେଶବ ପାତ୍ର ତାଙ୍କ ପତ୍ନୀ ସନ୍ତୋଷିନୀ ପାତ୍ର କର୍ତ୍ତା ଦାୟିତ୍ଵ ନିର୍ବାହ କରିଥିଲେ। ଏହି ଯଜ୍ଞରେ ବାଦିପାଲି,ପଡା,ମୁଣ୍ଡାପାଲି,ଦର୍ଲିପାଲି,ବେହେରାବାହାଲି,ଜାରିଂ ଏବଂ ଗୁଦେରପାଲି ଗାଁର ସଂକିର୍ତ୍ତନ ଦଳ ସାମିଲ ହୋଇଥିଲେ। ଜଗନ୍ନାଥ ଦେହେରୀ,ଗୋପାଲ ବାରିକଙ୍କ ସମେତ ଗ୍ରାମବାସୀ ସହଯୋଗ କରିଥିଲେ।

error: Content is protected !!