Saturday, April 19, 2025
spot_imgspot_imgspot_img
Homeରାଜ୍ୟଡୁଙ୍ଗୁରିପାଲି ଧବଳେଶ୍ଵର ବାବା ଶିବ ମନ୍ଦିର ଠାରେ ମହାଶିବରାତ୍ରି ପାଳିତ।

ଡୁଙ୍ଗୁରିପାଲି ଧବଳେଶ୍ଵର ବାବା ଶିବ ମନ୍ଦିର ଠାରେ ମହାଶିବରାତ୍ରି ପାଳିତ।

ଗାଇସିଲେଟ– ଦେବ ଦେବ ମହାଦେବଙ୍କ ଜାଗର ଯାତ୍ରା। ଓମ୍ ନମଃ ଶିବାୟ ମନ୍ତ୍ରରେ ଗୁଞ୍ଜରିତ ହେଉଥିଲା ଶିବାଳୟ। ସବୁଠି ଶୁଭୁଥିଲା ଶିବ ପଞ୍ଚାକ୍ଷରୀ। ଚଳଚଞ୍ଚଳ ହୋଇଛି ଶୈବପୀଠ। ପବିତ୍ର ମହାଶିବରାତ୍ରି ପାଇଁ ସବୁଠି ଉତ୍ସବ। ଦର୍ଶନ ପାଇଁ ଶିବ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଛି ।ମହାଶିବରାତ୍ରୀର ପବିତ୍ର ପର୍ବ ବ୍ରହ୍ମାଣ୍ଡର ବିନାଶକାରୀ ଏବଂ ସବୁଠାରୁ ଦୟାଳୁ ଭଗବାନ ଶିବଙ୍କ ଉଦ୍ଦେଶ୍ୟରେ ସମର୍ପିତ। ହିନ୍ଦୁ ଧର୍ମରେ ମହାଶିବରାତ୍ରୀର ପର୍ବର ବିଶେଷ ମହତ୍ତ୍ୱ ରହିଛି। ମହାଶିବରାତ୍ରିର ରାତିରେ ଭୋଳାବାବା ଶିବଲିଙ୍ଗରେ ବାସ କରନ୍ତି ବୋଲି ମାନ୍ୟତା ରହିଛି। ଏହି ରାତି ମହାସିଦ୍ଧିଦାୟିନୀ। ତେଣୁ ସେହି ସମୟରେ କରାଯାଇଥିବା ପୂଜା ଏବଂ ଦାନ ନିଶ୍ଚିତ ଫଳପ୍ରଦ ହୋଇଥାଏ।

ଏହି ପରିପେକ୍ଷୀରେ ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ କଠଉମାଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ ସାଇ ଡୁଙ୍ଗୁରିପାଲି ଶ୍ରୀ ଶ୍ରୀ ଧବଳେଶ୍ବର ବାବାଙ୍କ ମନ୍ଦିର ଠାରେ ମହା ଶିବରାତ୍ରି ତଥା ଜାଗର ଯାତ୍ରା ଉତ୍ସାହ ଉଦ୍ଦୀପନା ମଧ୍ୟରେ ପାଳିତ ହୋଇଯାଇଛି । ଦେବ ଦେବ ମହାଦେବଙ୍କ ଦର୍ଶନ ପାଇଁ ଶୈବ ପୀଠରେ ହଜାର ହଜାର ଭକ୍ତଙ୍କ ଭିଡ ଲାଗିରହିଥିଲା । ମନ୍ଦିର ପୂଜକ ଗୋବର୍ଦ୍ଧନ ଥନାପତିଙ୍କ ତତ୍ତ୍ଵାବଧାନରେ ପଣ୍ଡିତ ଯଜ୍ଞେଶ୍ଵର ନନ୍ଦ ଓ ସୁବାସ ନନ୍ଦ ଦେବ ଦେବ ମହାଦେବଙ୍କ ସମସ୍ତ ନୀତି କାନ୍ତିରେ ପୂଜାର୍ଚ୍ଚନା ସମ୍ପର୍ନ୍ନ କରିଥିବା ବେଳେ ବିଳମ୍ବ ରାତ୍ରୀରେ ମହାଦୀପ ଉଠିଥିଲା । ତେବେ ସମସ୍ତ ଉପାସିଆ ମାନେ ଦୀପଜାଳି ଉଜାଗର ରହିଥିଲେ । ଭଜନ,କୀର୍ତ୍ତନ ଓ ପାରାୟଣ ମାଧ୍ୟମରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇ ଓଁ ନମଃ ଶିବାୟ ମନ୍ତ୍ର ଉଚ୍ଚାରଣରେ ପ୍ରକମ୍ପିତ ହେଉଥିଲା ମନ୍ଦିର ପରିସର । ମନ୍ଦିର ପରିଚାଳନା କମିଟି,ସରପଞ୍ଚ ଶେଷଦେବ ପ୍ରଧାନ ଏବଂ ଗ୍ରାମବାସୀଙ୍କ ସହଯୋଗ କ୍ରମେ ଶାନ୍ତିଶୃଙ୍ଖଳାର ସହିତ ମହାଶିବରାତ୍ରି ମହୋତ୍ସବ ସମାପନ ହୋଇଥିଲା ।

error: Content is protected !!