Saturday, March 7, 2026
Homeରାଜ୍ୟଗ୍ରିଣ୍ଡୋଲା ମହା ଶିବରାତ୍ରୀ ଜାଗର ଯାତ୍ରା ।

ଗ୍ରିଣ୍ଡୋଲା ମହା ଶିବରାତ୍ରୀ ଜାଗର ଯାତ୍ରା ।

ବରପାଲି-ବରପାଲି ବ୍ଲକ ଗ୍ରିଣ୍ଡୋଲା ଶିବ ମନ୍ଦିର ପରିସରରେ ଶିବରାତ୍ରୀ ମହୋତ୍ସବ ନିତିକାନ୍ତି ପାଳନ ଅନୁଶାରେ ସମାପନ ହୋଇଯାଇଛି। ଏହି ଅବସରରେ ମୂଖ୍ୟ ପୂଜାକର୍ତ୍ତା ଭାବେ ସୁବାସ ଚନ୍ଦ୍ର ମେହେର ଏବଂ ଧର୍ମପତ୍ନୀ ଝରଣା ମେହେର କାର୍ଯ୍ଯଭାର ତୁଲାଇଥିଲେ। ପୂଜକ ଛବିଳ ଦେହୁରୀଙ୍କ ସମେତ ପ୍ରଶାନ୍ତ ମହାପାତ୍ର , ଗୋବର୍ଦ୍ଧନ ଦେହୁରୀ ପ୍ରମୁଖ ପୂଜନ କାର୍ଯ୍ଯରେ ସହାୟତା କରିଥିଲେ। ଗତ ବୁଧବାର ଅପରାହ୍ନରେ ନରେନ୍ଦ୍ର ବାହାକ ଓ ତାରା ବାହାକଙ୍କ ଦ୍ବାରା ରଙ୍ଗିନ କିର୍ତ୍ତନ୍ ଆୟୋଜିତ ହୋଇଥିଲା। ସନ୍ଧ୍ୟା ସମୟରେ ଭକ୍ତି ଆରଧାନା ସୋନପୁର ଜିଲ୍ଲା କଳାକାର ମାନେ ପ୍ରସ୍ତୁତ କରିଥିଲେ।

ରାତ୍ର ସମୟରେ ମହିଳା ସଙ୍କୀର୍ତ୍ତନ ଦଳ ସୁନିତା ସାହୁ ଓ ସରିତା, ନିକିତାଙ୍କ ଦୁଇଟି ଦଳ ପଦର୍ଶନ କରିଥିଲେ। ମନ୍ଦିର ପରିଚାଳନା କମିଟି ସଭାପତି ସୁବାଷ ଚନ୍ଦ୍ର ମେହେର , ସଂପାଦକ ଚୈତନ୍ୟ ସାହୁ , ଶଙ୍କର ନାଗ, ଇନ୍ଦ୍ରଜିତ ସତପଥି , ପ୍ରେମାନନ୍ଦ ମେହେର , ଗୋବିନ୍ଦ ସାହୁ , ତ୍ରିଲୋଚନ ବାରିକ , ରଘୁନାଥ ସତପଥି ଏବଂ ଗ୍ରାମବାସୀ ତଥା ପଞ୍ଚାୟତ ବାସୀ ସମସ୍ତେ ପରିଚିଳନାରେ ସହଯୋଗ କରିଥିଲେ। ସମସ୍ତ ଭକ୍ତ ମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ତା ରଖାଯାଇଥିଲା। ହଜାର ହଜାର ସଂଖ୍ୟାରେ ଆଖପାଖ ଅଞ୍ଜଳ ଭକ୍ତମାନଙ୍କ ଭିଡ଼ ଦେଖିବାକୁ ମିଳିଥିଲା ।

error: Content is protected !!