ବରପାଲି-ବରପାଲି ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟ ପରିସରରେ ସାହିତ୍ୟ ବନ୍ଧୁ ବୃନ୍ଦାବନ ବିହାରୀ ଦାଶ ସ୍ମୃତି କମିଟୀ ପକ୍ଷରୁ ସାହିତ୍ୟ ବନ୍ଧୁ ବୃନ୍ଦାବନ ବିହାରୀ ଦାଶଙ୍କ ପଞ୍ଚମ ବାର୍ଷିକୀ ଶ୍ରାଦ୍ଧତ୍ସବ ପାଳିତ ହୋଇଯାଇଛି। କମିଟି ଉପ ସଭାପତି ରସାନନ୍ଦ ଥପାଙ୍କ ସଭାପତିତ୍ବରେ ଉତ୍ସବ ପରିଚାଳିତ ହୋଇଥିଲା। ସମ୍ପାଦକ ଯତୀନ୍ଦ୍ର କୁମାର ସାହୁଙ୍କ ସଂଯୋଜନା ସଭାରେ ମହାବିଦ୍ୟାଳୟ ଅଧ୍ୟକ୍ଷା ପଦ୍ମିନୀ ଦାଶ ଯୋଗ ଦେବା ସହ ମହାବିଦ୍ୟାଳୟ ପ୍ରତିଷ୍ଠାତା ଅନ୍ତର୍ଯ୍ୟାମୀ ପଣ୍ଡାଙ୍କ ସମେତ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରୀ ମାନେ ଉପସ୍ଥିତ ରହିଥିଲେ। ଏହି ଅବସରରେ ସାହିତ୍ୟ ବନ୍ଧୁ ବୃନ୍ଦାବନ ବିହାରୀ ଦାଶଙ୍କ ଫଟଚିତ୍ରରେ ପୁଷ୍ପାର୍ଘ୍ୟ ଅର୍ପଣ ପୂର୍ବକ ଅତିଥି ମାନେ ସ୍ମୃତି ଚାରଣ କରିଥିଲେ।ଉପ ସଭାପତି ସାହିତ୍ୟ ସାଧକ ତଥା ବିଶିଷ୍ଟ ସମାଜସେବୀ ସାହିତ୍ୟ ବନ୍ଧୁ ବୃନ୍ଦାବନ ବିହାରୀ ଦାଶଙ୍କ ଜୀବନାଦର୍ଶ ଉପରେ ଆଲୋକପାତ କରି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ।

