Saturday, March 7, 2026
Homeରାଜ୍ୟବିପଦ ସଙ୍କୁଳରେ ସ୍କୁଲ ପରିବେଶ: ଛାତ ଉପରେ ଯାଇଛି ୩୩ କେଭି ବିଦ୍ୟୁତ୍ ତାର ।

ବିପଦ ସଙ୍କୁଳରେ ସ୍କୁଲ ପରିବେଶ: ଛାତ ଉପରେ ଯାଇଛି ୩୩ କେଭି ବିଦ୍ୟୁତ୍ ତାର ।

ପାଇକମାଲ-ପାଇକମାଲ ବ୍ଳକ ଜାମସେଠ ପଞ୍ଚାୟତ ଚେରେଙ୍ଗାଝାଞ୍ଜ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶ୍ରେଣୀ କୋଠରୀ ଛାତ ଉପରେ ୩୩ କେଭି ବିଦ୍ୟୁତ୍ ତାର ଯାଇଥିବାରୁ ତାହା ନୂତନ ଶ୍ରେଣୀ କୋଠରୀ ନିର୍ମାଣ ପାଇଁ ବାଧା ସୃଷ୍ଟି ହେଉଛି। ନିକଟରେ ବଡ଼ ବଡ଼ ଗଛ ଥିବାରୁ ଯଦି ପବନ ଆସେ ଦୁର୍ଭାଗ୍ୟବଶତଃ ବିଦ୍ୟୁତ ତାର ସଂସ୍ପର୍ଶ ହୋଇଗଲେ ଦୁର୍ଘଟଣା ଘଟିବାର ସମ୍ଭାବନା ଅଧିକ ରହିଛି। ଏନେଇ ବିଦ୍ୟୁତ ବିଭାଗ ଆଗୁଆ ସତର୍କ ରହି ୩୩କେଭି ତାରକୁ ରାସ୍ତା କଡ଼ରୁ ସ୍ଥାନାନ୍ତରିତ କରିବା ପାଇଁ ସ୍କୁଲ ପରିଚାଳନା ତଥା ଗ୍ରାମବାସୀମାନେ ଦାବି କରିଛନ୍ତି। ଏଥିପ୍ରତି କତୃପକ୍ଷ ଦୃଷ୍ଟି ଦେଇ ତୁରନ୍ତ ସ୍ଥାନାନ୍ତରିତ କରିବାକୁ ବୁଦ୍ଧିଜୀବୀଙ୍କ ମହଲରେ ଦାବୀ ହୋଇଛି।

error: Content is protected !!