Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିମହା ଶିବରାତ୍ରୀ.....

ମହା ଶିବରାତ୍ରୀ…..

– ମହାଦେବଙ୍କ ପୂଜନେ ପାଳିଣ ଶିବରାତ୍ରୀ, ମହି ତେଜି ହ୍ଵନ୍ତି ମାନବେ ସ୍ବର୍ଗ ଭୂବନ ଯାତ୍ରୀ ।୧।

ହା– ହାତେ ବିରାଜିତ ତ୍ରିଶୂଳ ଗଳେ ଭୂଜଙ୍ଗ ହାର,ହାତ ଧରି ଦକ୍ଷ ତନୟା ଜୟ କଳ ତ୍ରିପୁର ।୨।

ଶି– ଶିବ ନାମ ଜପି ଉପାସରେ ରାତ୍ରେ ଜାଳି ଜାଗର, ଶିର ନତ କରି ଚରଣେ ରହିଲେ ଉଜାଗର ।୩।

– ବର ଦିଅନ୍ତି ବର ଦାୟକ ଭୋଳାନାଥ ଶଙ୍କର, ବନେ ପାର୍ବତୀଙ୍କୁ ରଖିଲେ ଯେହ୍ନେ ନାଶି ଅସୁର ।୪।

ରା– ରାସଲୀଳା ହର୍ଷେ ରଚିଲେ ପ୍ରଭୁ ଏକାମ୍ର ବନେ, ରାଜ ଲିଙ୍ଗ ନାମ ବିଖ୍ୟାତ ଭୁବନେଶ୍ୱର ଧାମେ ।୫।

ତ୍ରି– ତ୍ରି ଜଗତ ପାଦେ ଖଟି ଗତି ମୁକତି ପାଇଁ, ତ୍ରିଲୋଚନ କଲ ଧାରଣ ପାର୍ବତୀ ରୂପ ଚାହିଁ ।୬।

ମହାଶିବରାତ୍ରୀ ପାଲୁଛି ଆହେ ପାର୍ବତୀ ବର, ମହାନନ୍ଦେ କର ପୂରଣ ସର୍ବ କାମନା ମୋର ।୭।

ଭୋଜରାଜ ବୁଡେକ ମାଣ୍ଡୋସିଲ, ବରଗଡ଼ ମୋ- ୬୩୭୧୯୮୭୫୪୨

error: Content is protected !!