Tuesday, February 25, 2025
spot_imgspot_imgspot_img
Homeଅଘଟଣପରଲୋକରେ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ଅରୁଣା ଯୁଆଡି ।

ପରଲୋକରେ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ଅରୁଣା ଯୁଆଡି ।

ପଦ୍ମପୁର-ପଦ୍ମପୁର ସ୍ଥିତ ନେତାଜୀ ନଗର ନିବାସୀ ତଥା ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ଅରୁଣା ଯୁଆଡ଼ି ଙ୍କ ଆଜି ପଦ୍ମପୁର ସାରଲା କୁମାରୀ ଡାକ୍ତରଖାନାରେ ପରଲୋକ ହୋଇ ଯାଇଛି । ମୃତ୍ଯୁ ସମୟରେ ୭୯ ବର୍ଷ ବୟସ ହେଉଥିଲା । ସେ ଶିକ୍ଷୟତ୍ରୀ ଭାବେ ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଓ ବରଗଡ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଶିକ୍ଷାଦାନ କରି ସୁମନ ଅର୍ଜନ କରିଥିଲେ l

ପଦ୍ମପୁର ଲକ୍ଷ୍ମୀ ନାରାୟଣ ଶ୍ମଶାନ ଘାଟରେ ଶେଷକୃତ୍ୟ ସଂପନ୍ନ ହୋଇଥିଲା l ବଡପୁଅ ସଂଜୀବ କୁମାର ମାଝୀ ମୁଖାଗ୍ନି ଦେଇଥିଲେ l ତାଙ୍କ ପଛରେ ତିନି ଝିଅ ସୁଜାତା, ସସ୍ମିତା, ସରିତା ଓ ଦୁଇ ପୁଅ ସଂଜୀବ ଓ ସମୀର ଙ୍କୁ ଛାଡି ଯାଇଛନ୍ତି l ସେ ବରିଷ୍ଠ ଆଇନଜୀବୀ ନନ୍ଦ କିଶୋର ମାଝୀଙ୍କ ଧର୍ମପତ୍ନୀ ଅଟନ୍ତି । ତାଙ୍କର ପରଲୋକରେ ଶୋକର ଛାୟା ଖେଳିଯାଇଛି ।

error: Content is protected !!