Monday, February 24, 2025
spot_imgspot_imgspot_img
Homeଅଘଟଣନଦୀ ଗଣ୍ଡରେ ବୁଡି ଭିନ୍ନକ୍ଷମ ଯୁବକଙ୍କ ମୃତ୍ୟୁ ।

ନଦୀ ଗଣ୍ଡରେ ବୁଡି ଭିନ୍ନକ୍ଷମ ଯୁବକଙ୍କ ମୃତ୍ୟୁ ।

ବୁଗୁଡା(ସୋରେନ କୁମାର ପ୍ରଧାନ)-ବୁଗୁଡ଼ା ବ୍ଲକ ଅନ୍ତର୍ଗତ ତାକରଡା ଗ୍ରାମର ଜନୈକ ଭିନ୍ନକ୍ଷମ ଯୁବକ ନଦୀ ଗଣ୍ଡରେ ବୁଡି ମୃତ୍ୟୁ ବରଣ କରିଥିବା ଜଣାଯାଇଛି । ମୃତକ ଜଣକ ହେଲେ ତାକରଡା ଗ୍ରାମର କୈବଲ୍ୟ ପ୍ରଧାନଙ୍କ ଭିନ୍ନକ୍ଷମ ପୁଅ ବିକଳ ପ୍ରଧାନ (୨୨) । ପ୍ରକାଶ ଯେ, ଆଜି ଖରାବେଳେ ବିକଳ ଶୌଚ ହେବା ପାଇଁ ବାଘୁଆ ନଦୀକୁ ଯାଇଥିଲା।

ଅସାବଧାନତା ବଶତଃ ସେ ନଦୀ ଗଣ୍ଡରେ ବୁଡି ଯାଇଥିଲା ଏବଂ ସନ୍ଧ୍ୟାବେଳେ ଲୋକେ ତାକୁ ଭାସମାନ ଅବସ୍ଥାରେ ଦେଖିବାକୁ ପାଇଥିଲେ। ଏ ନେଇ ଖବର ପାଇବା ପରେ ଦମକଳବାହିନୀ ସେଠାରେ ପହଞ୍ଚି ତାକୁ ଉଦ୍ଧାର କରି ବୁଗୁଡା ମେଡିକାଲକୁ ଆଣିଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ ମେଡିକାଲରେ ପହଞ୍ଚି ଘଟଣାର ତଦନ୍ତ କରୁଥିବା ଜଣାଯାଇଛି।

error: Content is protected !!