Saturday, May 10, 2025
spot_imgspot_imgspot_img
Homeଅଘଟଣପାଟଣାଗଡ଼ ଅବକାରୀ ପକ୍ଷରୁ ୭ କେ.ଜି ୩୦୦ ଗ୍ରାମ ଗଂଜେଇ ସହ ବାଇକ୍ ଜବତ୍।

ପାଟଣାଗଡ଼ ଅବକାରୀ ପକ୍ଷରୁ ୭ କେ.ଜି ୩୦୦ ଗ୍ରାମ ଗଂଜେଇ ସହ ବାଇକ୍ ଜବତ୍।

ପାଟଣାଗଡ଼(ସନ୍ତୋଷ ପଣ୍ଡା)-ପାଟଣାଗଡ଼ ବ୍ଳକ ପାଟଣାଗଡ଼ ଅବକାରୀ ବିଭାଗ ଜାମଖାରି ଛକ ନିକଟରେ ୭.୩୦୦ ଗ୍ରାମ ଗଂଜେଇ ଜବତ କରିଥିଲେ। ଅଭିଯୁକ୍ତ ଜଣକ ଜାମଖାରି ଗ୍ରାମର ସୁଦାମ ବାରିକ ବୋଲି ଜଣାପଡିଥିଲା। ମଣ୍ଡଲ ଓ କପାଣି ରାସ୍ତାରେ ଥିବା ଜାମଖାରି ଛକ ନିକଟରେ ଅବକାରୀ କର୍ମଚାରୀମାନେ ଗୋଟିଏ ବାଇକ୍ ରେ ବସ୍ତା ବନ୍ଧା ହୋଇଥିବା ଦେଖି ସଦ୍ଦେହ କରିଥିଲେ। ଏବଂ ବାଇକ୍ କୁ ଅଟକାଇ ଥିଲେ ଓ ପଚରାଉଚରା କରିଥିଲେ। ଅଭିଯୁକ୍ତଙ୍କ କଥାବାର୍ତ୍ତାରୁ ସନ୍ଦେହ କରି ବାଇକ୍ ରେ ଥିବା ବସ୍ତା କୁ କାଢି ଖୋଲି ଦେଖିଥିଲେ।

ଯାହାଫଳରେ ତାଙ୍କରି ସନ୍ଦେହ ସତ ହୋଇଥିଲା ଓ ବାଇକ୍ ରେ ବନ୍ଧା ହୋଇଥିବା ବସ୍ତା ରେ ଗଂଜେଇ ମିଳିଥିଲା। ଗଂଜେଇ ସହ ବାଇକ୍ ଜବତ୍ ଓ ଅଭିଯୁକ୍ତ କୁ ଗିରଫ କରି ଅବକାରୀ କର୍ମଚାରୀମାନେ ଅବକାରୀ କାର୍ଯ୍ୟାଳୟ କୁ ଆଣିଥିଲେ। ସେଠାରେ ଗଂଜେଇ ର ପରିମାଣ ଜଣାପଡି ଥିଲା ଓ ଅଭିଯୁକ୍ତ କୁ ପଚରାଉଚରା କରାଯାଇଥିଲା। ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି।

error: Content is protected !!