ପଦ୍ମପୁର– ପଦ୍ମପୁର ଉପଖଣ୍ଡ ପାଇକମାଲ ଓ ନୃସିଂହନାଥ ରେଂଜ କାଠ ମାଫିଆଙ୍କ ପାଇଁ ଭୂସ୍ୱର୍ଗ ପାଲଟିଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ବିଜୁ ଏକ୍ସପ୍ରେସ ୱେ ର ଉଭୟ ପାଶ୍ୱରେ ରହିଛି ସବୁଜ ବନାନୀରେ ପରିପୂର୍ଣ୍ଣ ପାଇକମାଲ ଓ ନୃସିଂହନାଥ ରେଂଜ । ଏଠାରେ ରହିଛି ଅନେକ ଔଷଧୀୟ ବୃକ୍ଷ ଏବଂ ଅନେକ ପ୍ରକାର ମୂଲ୍ୟବାନ ବୃକ୍ଷ । ଏହି ଅଂଚଳରେ ରହିଥିବା ବୃକ୍ଷ ତଥା ଅନ୍ୟାନ୍ୟ ପ୍ରକୃତିକ ପରିବେଶକୁ ସୁରକ୍ଷା ପାଇଁ ଅନେକ ସମୟରେ ଦାବୀ ହେଉଛି ।

ହେଲେ ବର୍ତମାନ ବନବିଭାଗର ଅପାରଗତା କାରଣରୁ ଏହି ଅଂଚଳ କାଠ ମାଫିଆଙ୍କ ଭସ୍ୱର୍ଗ ପାଲଟିଥିବା ଲୋକେ ଚର୍ଚ୍ଚା କରୁଛନ୍ତି । ସଠାକାର ବନ ସୁରକ୍ଷା ଏଭଲି ଭାବରେ ହୁଗୁଲା ହୋଇ ପଡିଛି କି ଖୋଦ ବନବିଭାଗ କାର୍ଯ୍ୟାଳୟ ପରିସସରୁ ଚନ୍ଦନ କାଠ ଚୋରି ହେଉଛି , ହେଲେ ବିଭାଗୀୟ ଅଧିକାରୀ ଅନ୍ଧ ମୁକ ବଧିର ସାଜିଥିବା ଲୋକେ କହୁଛନ୍ତି । ସରକାରଙ୍କ ପରଫରୁ ଜଙ୍ଗଳ ସୁରକ୍ଷା ସହ ବୃକ୍ଷ ରୋପଣ ପୋାଇଁ ଲକ୍ଷାଧିକ ଟଙ୍କ ପ୍ରତିବର୍ଷ ଖର୍ଚ୍ଚ ହେଉଛି ହେଲେ ତାହା ମଧ୍ୟ ବାଟ ମାରଣା ହେଉଥିବା ଅଭିଯୋଗ ହେଉଛି । ଏମିତି କି କାଗଜ ପତ୍ରରେ ଚାରା ରୋପଣ ହେଉଥିବା ମଧ୍ୟ ଲୋକେ ଅଭିଯୋଗ କରୁଛନ୍ତି ।

ପାଇକମାଲ ଓ ନୃସିଂହନାଥ ରେଂଜ ନିକଟରେ ରହିଛି ପଡୋଶୀ ଜିଲ୍ଲା ଓ ପଡୋଶୀ ରାଜ୍ୟ । ଏହୁ ଅଂଚଳରୁ ଯେଉଁଭଲି ଭାବରେ କାଠ ଚୋରି ହେଉଛି ଏବଂ ବିଭାଗୀୟ ଅଧିକାରୀଙ୍କ ଅପାରଗତା ଅଂଚଳକୁ ଟାଙ୍ଗରା କରିଦେବ ବୋଲି ବୁଦ୍ଧିଜୀବି ମହଳରେ ଚର୍ଚ୍ଚା ହେଉଛି । ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀ ତଦନ୍ତ କରି ପଦକ୍ଷେପ ଗ୍ରହଣ କଲେ ସବୁଜ ବନାନୀ ପୁଣି ଖେଲି ଉଠିବ ବୋଲି ପରିବେଶ ପ୍ରେମୀ ମାନେ ମତବ୍ୟକ୍ତ କରିଛନ୍ତି ।


