ପାଇକମାଲ-ପାଇକମାଲ ବ୍ଳକ ମାଣ୍ଡୋସିଲ ପଞ୍ଚାୟତ ଭୂତମୁଣ୍ଡାରେ ୫ମ ଜୟ ବୁଢ଼ାରଜା କ୍ରିକେଟ୍ କପ୍ ତୃତୀୟ ଦିବସରେ ୫ଟି ମ୍ୟାଚ ଖେଲାଯାଇଛି। ପ୍ରଥମ ମ୍ୟାଚରେ କଟାପଡାକୁ ହରାଇ ପିପଲଛଣ୍ଡି ବିଜୟୀ ହୋଇଥିଲା। ଦ୍ବିତୀୟ ମ୍ୟାଚରେ ପିପଲଛଣ୍ଡିକୁ ହରାଇ ଭୂତମୁଣ୍ଡା ବିଜୟୀ ହୋଇଥିଲା। ତୃତୀୟ ମ୍ୟାଚରେ ବରପାଲିକୁ ହରାଇ ଜାମସେଠ ବିଜୟୀ ହୋଇଥିଲା।

ଚତୁର୍ଥ ମ୍ୟାଚରେ ଜାମସେଠକୁ ହରାଇ ମାଗୁରପାଣି ବିଜୟୀ ହୋଇଥିଲା। ପଞ୍ଚମ କ୍ୱାର୍ଟର ଫାଇନାଲ ମ୍ୟାଚରେ ମାଗୁରପାଣିକୁ ହରାଇ ଭୂତମୁଣ୍ଡା ସେମିଫାଇନାଲ ପ୍ରବେଶ କରିଛି। ଟୁକୁ ମହାନ୍ତି ଓ ରୂପଚନ୍ଦ ବଢେଇ ଖେଳ ପରିଚାଳନା କରିଥିଲେ।

ଶଶି ପଟେଲ ସ୍କୋରର ଥିବା ବେଳେ ପୁଷ୍ପକାନ୍ତ ସାହୁ ଧାରାବିବରଣୀ ପ୍ରଦାନ କରିଥିଲେ। ଅତିଥି ଭାବରେ ଟୁକୁ ମହାନ୍ତି, ନରେଶ ପ୍ରଧାନ ଓ ସୌମ୍ୟରଞ୍ଜନ ମହାନ୍ତି ଯୋଗଦେଇ ପୁରସ୍କୃତ କରିଥିଲେ। ଏଥିରେ ରୋହିତ ମଲ୍ଲିକ,ମୁନା ନାୟକ, ବିହାରୀ ପଟେଲ,ଚକ୍ର ପ୍ରଧାନ, ରାଧାକାନ୍ତ ମାଝୀ,କ୍ରିସ ମହାନ୍ତି, ଯଦୁମଣି ମାଝୀ ପ୍ରମୁଖ ସହଯୋଗ କରିଥିଲେ।

