ପାଇକମାଲ-ପାଇକମାଲ ବ୍ଳକ ଛିନ୍ଦେଇକେଲା ପଞ୍ଚାୟତ ମାଲପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶନିବାର ପ୍ରଧାନ ଶିକ୍ଷକ ଗୋବିନ୍ଦ ଶଗଡିଆଙ୍କ ସଭାପତିତ୍ବରେ ଆମ ସଂସ୍କୃତି ଆମ ଖେଳଣା ଓ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଅଛି। ପ୍ରଥମ ଅଧିବେଶନରେ ବିଶିଷ୍ଟ ଅତିଥି ଭାବରେ ମାଣ୍ଡୋସିଲ ସିଆରସିସି ବସୁଦେବ କୁମ୍ଭାର ଓ ସମ୍ମାନିତ ଅତିଥି ଭାବରେ ଚୁନିଲାଲ ହଂସ, ଦିନମଣି ହଂସ ମଞ୍ଚାସୀନ ଅତିଥି ଭାବରେ ଉପସ୍ଥିତ ଥିଲେ। ଛାତ୍ରଛାତ୍ରୀମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଦ୍ବିତୀୟ ଅଧିବେଶନରେ ମାଲପଡା କ୍ଳଷ୍ଟର ସିଆରସିସି ସନ୍ତୋସ କୁମାର ମେହେରଙ୍କ ସଭାପତିତ୍ବରେ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ପାଇକମାଳ ଏବିଇଓ ଧଳେନ୍ଦ୍ର କୁମାର ବାରିକ, ମୁଖ୍ୟ ବକ୍ତା ଛିନ୍ଦେଇକେଲା ହାଇସ୍କୁଲ ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ କୁମାର ସାହୁ ଓ ସମ୍ମାନିତ ଅତିଥି ଭାବରେ ସାମ୍ବାଦିକ ଗିରୀଶ ଚନ୍ଦ୍ର ମାଝୀ,ସ୍କୁଲ ଚେୟାରମେନ ଗିରିଧାରୀ ବରିହା, ଛିନ୍ଦେଇକେଲା ହାଇସ୍କୁଲ ପିଇଟି ଶିକ୍ଷକ ହେମସାଗର ସାହୁ ଯୋଗଦେଇ କୃତୀ ପ୍ରତୀଯୋଗୀମାନଙ୍କୁ ଅତିଥିଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା।

ସିଆରସିସି ବସୁଦେବ କୁମ୍ଭାର ମଞ୍ଚ ପରିଚାଳନା କରିଥିଲେ। ଶିକ୍ଷକ ସନ୍ତୋଷ କୁମାର ସାହୁ,ଶଶିରେଖା ଭୂଏ, ରେବତୀ କ୍ଷେତି , ପରିଚାଳନା କମିଟି ସଭ୍ୟ ସୁପସିଂ ଦୀପ, ବିକ୍ରମ ରଣା, ସୁଶାନ୍ତ ଜଗତ, ତିଳୋତ୍ତମା ମୁଣ୍ଡା, ସସ୍ମିତା ମାଝୀ ସମେତ ଗ୍ରାମବାସୀ ସହଯୋଗ କରିଥିବା ବେଳେ ଶିକ୍ଷକ ରୋହିତ ସାହୁ ଧନ୍ୟବାଦ ଦେଇଥିଲେ।

