ପାଇକମାଲ-ପାଇକମାଳ ବ୍ଳକ ମାଣ୍ଡୋସିଲ ମାଉସୀ ମନ୍ଦିର ପରିସରରେ ପ୍ରଜାପିତା ବ୍ରହ୍ମା କୁମାରୀ ଇଶ୍ଵରୀୟ ବିଶ୍ବ ବିଦ୍ୟାଳୟ ତରଫରୁ ଶିବରାତ୍ରୀ ମାହାତ୍ମ୍ୟ ପାଳନ କରାଯାଇଛି । ଏଥିରେ ପାଇକମାଳ ସଞ୍ଚାଳିକା ମୀରା ଭଉଣୀ ଶିବରାତ୍ରୀ ମାହାତ୍ମ୍ୟ ଉପରେ ସୂଚନା ଦେଇଥିଲେ। ଏଥିରେ ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ ସମାଜସେବୀ ମହେନ୍ଦ୍ର କୁମାର ଖୁଣ୍ଟିଆ ଯୋଗଦେଥିଲେ । ଏଥିରେ ଶିବଙ୍କ ଧ୍ଵଜା ଉତ୍ତୋଳନ କରାଯାଇଥିଲା।

ନୂଆପଡ଼ାର ବିକେ ଅଶୋକ ଭାଇ ଶିବଙ୍କ ପରିଚୟ ଉପରେ ଆଲୋକପାତ କରିଥିଲେ। ଏଥିରେ ବିକେ ସୂର୍ଯ୍ୟ ଭାଇ , ତପନ ଭାଇ ,ତରଣୀ ଭାଇ ,ନବୀନ ଭାଇ,ପରମା ଭାଇ ,ବିକେ ପଦ୍ମିନୀ ଭଉଣୀ, କବିତା ଭଉଣୀ,ହେମାଙ୍ଗିନୀ ଭଉଣୀ, ସୂର୍ଣଲତା ଭଉଣୀ, ମଞ୍ଜୁଶ୍ରୀ ଭଉଣୀ, ଯୋହ୍ନା ଭଉଣୀ ପ୍ରମୁଖ ଉପସ୍ଥିତ ଥିବା ମହେନ୍ଦ୍ର କୁମାର ଖୁଣ୍ଟିଆ ଧନ୍ୟବାଦ ଦେଇଥିଲେ ।

