Saturday, March 7, 2026
Homeଅଘଟଣସୋହେଲା ପୋଲିସ ଦ୍ବାରା ତିନି ସଟ୍ଟା ଡନ ଗିରଫ।

ସୋହେଲା ପୋଲିସ ଦ୍ବାରା ତିନି ସଟ୍ଟା ଡନ ଗିରଫ।

ସୋହେଲା – ସୋହେଲା ଥାନା ଅନ୍ତର୍ଗତଦଶ ମାଇଲ ଛକ ନିକଟସ୍ଥ ଜଙ୍ଗଳ ମଧ୍ୟରୁ ସୋହେଲା ଥାନା ଅଧିକାରୀ ଶଶୀଭୂଷଣ ମିଶ୍ରଙ୍କ ନେତୃତ୍ୱରେ ଚଢାଉ କରି ତିନି ଜଣ ସଟ୍ଟା ଡନକୁ ଗିରଫ କରିବାରେ ସଫଳ ହୋଇଛି। ସେମାନଙ୍କ ଠାରୁ ଗୋଟିଏ ବାଇକ ଯାହାର ନମ୍ବର OD-17- AC- 1760, ନଗଦ ୨୦୦୨୦ ଟଙ୍କା, ତିନିଟି ସ୍ମାର୍ଟ୍ ଫୋନ୍, ଗୋଟିଏ ଛୁରୀ ଜବତ କରିଛି ।

ଅଭିଯୁକ୍ତ ମାନେ ଦଶ ମାଇଲର ରଞ୍ଜିତ ଭୁଏ, କେନାଲପଡ଼ା ଟାଉନ ଥାନା ବରଗଡର ଚକା ନୟନ ମେହେର ଓ ଡାକ୍ତର ମେହେରକୁ ଗିରଫ କରିବା ସହ ସୋହେଲା ଥାନାରେ କେଶ ନମ୍ବର ୭୦/୨୫ରେ ଏକ ମାମଲା ରୁଜୁ କରାଯାଇଥିବା ବେଳେ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି।

error: Content is protected !!