ସମ୍ବଲପୁର-ସ୍ଥାନୀୟ ସରକାରୀ ହିନ୍ଦୀ ଉଚ୍ଚ ବିଦ୍ୟାଳୟ ଠାରେ ଧନକଉଡା ବ୍ଲକ ଅନ୍ତର୍ଗତ ପ୍ରାଥମିକ ବିଦ୍ୟାଳୟ ଗୁଡିକରୁ ତୃତୀୟ ଏବଂ ପଞ୍ଚମ ଶ୍ରେଣୀରେ ୨୦୨୩-୨୦୨୪ ନିମନ୍ତେ ମେଧାବୃତ୍ତି ଲାଭ କରିଥିବା ଛାତ୍ରଛାତ୍ରୀ ମାନଙ୍କ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଛି। ଧନକଉଡା ବ୍ଲକର ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମତୀ ସେବାଶ୍ରୀ ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ସମ୍ବଲପୁର ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଲକ୍ଷ୍ମଣ ଭୋଇ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ ଏବଂ ଆଗାମୀ ଦିନରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଭିମୁଖୀ କରିବା ନିମନ୍ତେ ଜିଲ୍ଲାର ସମସ୍ତ ବ୍ଲକ ଏହି ପରି ଉତ୍ସାହ ମୂଳକ କାର୍ଯ୍ୟକ୍ରମ କରିବାର ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ କରିଥିଲେ।ଅନ୍ୟାନ୍ୟ ଅତିଥି ଭାବରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀମତୀ ସୁସ୍ମିତା ପାଟଯୋଶୀ ମଧ୍ୟ ମଂଚାସୀନ ଥିଲେ।

ବ୍ଲକର ବିଭିନ୍ନ ପ୍ରାଥମିକ ବିଦ୍ୟାଳୟ ଗୁଡିକରୁ ତୃତୀୟ ଏବଂ ପଞ୍ଚମ ଶ୍ରେଣୀରେ ଅଧ୍ୟୟନ ବୃତ୍ତି ଲାଭ କରିଥିବା ୫୬ ଜଣ ଛାତ୍ରଛାତ୍ରୀ, ସର୍ବାଧିକ ମେଧାବୃତ୍ତି ହାସଲ କରିଥିବା ତାଲବ ଓ ବନ୍ଧପାଲି ପ୍ରାଥମିକ ବିଦ୍ୟାଳୟ ତଥା ସର୍ବାଧିକ ବୃତ୍ତି ହାସଲ କରିଥିବା କ୍ଲଷ୍ଟରର ମୁଖ୍ୟ ଭାବରେ ସି.ଆର.ସି.ସି ଶ୍ରୀ ମାନସ ପଣ୍ଡାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ହିନ୍ଦୀ ଉଚ୍ଚ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟତ୍ରୀ ଶ୍ରୀମତୀ ରତ୍ନାପ୍ରଭା ହୋତା ଧନ୍ୟବାଦ ଅର୍ପଣ କରିଥିଲେ। ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀଙ୍କ ସହଯୋଗରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସମସ୍ତ କାର୍ଯ୍ୟକ୍ରମକୁ ଶିକ୍ଷକ ଅସୀମ ପ୍ରଧାନ ସଂଯୋଜନା ଓ ପରିଚାଳନା କରିଥିଲେ।

