Saturday, February 22, 2025
spot_imgspot_imgspot_img
Homeରାଜ୍ୟଗଙ୍ଗାଧର ମେହେର ସରକାରୀ ଉଚ୍ଚ ବିଦ୍ୟାଳୟ, ଦହିତା ଠାରେ ଛାତ୍ର ଛାତ୍ରୀ ମାନଙ୍କ ବିଦାୟ ସମ୍ବର୍ଦ୍ଧନା...

ଗଙ୍ଗାଧର ମେହେର ସରକାରୀ ଉଚ୍ଚ ବିଦ୍ୟାଳୟ, ଦହିତା ଠାରେ ଛାତ୍ର ଛାତ୍ରୀ ମାନଙ୍କ ବିଦାୟ ସମ୍ବର୍ଦ୍ଧନା ।

ପଦ୍ମପୁର-ଗଙ୍ଗାଧର ମେହେର ସରକାରୀ ଉଚ୍ଚ ବିଦ୍ୟାଳୟ, ଦହିତା ଠାରେ ୨୦୨୪-୨୫ ଶିକ୍ଷା ବର୍ଷର ଦଶମ ଶ୍ରେଣୀର ଛାତ୍ର ଛାତ୍ରୀ ମାନଙ୍କ ବିଦାୟ ସମ୍ବର୍ଦ୍ଧନା ସମାରୋହ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ କ୍ଷୀରସିନ୍ଧୁ ସୁନା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଅଞ୍ଚଳର ପୁରୁଖା ନେତା ତଥା ପୂର୍ବତନ ଜିଲ୍ଲାପରିଷଦ ଅଧ୍ୟକ୍ଷ, ବରଗଡ଼ ଶ୍ରୀଯୁକ୍ତ ମନୋରଞ୍ଜନ ସିଂ ବରିହା ଛାତ୍ର ଛାତ୍ରୀ ମାନଙ୍କ ଆତ୍ମବିଶ୍ବାସ ଓ ଦୃଢ଼ ମନୋବଳର ଗୁରୁତ୍ତ୍ୱପୂର୍ଣ କଥା କହି ଆଶୀର୍ବାଦ ଦେଇଥିଲେ। ଛାତ୍ର ଛାତ୍ରୀ ମାନଙ୍କ ସଂଖ୍ୟା ଦେଖି ସେ ଖୁସି ବ୍ୟକ୍ତ କରିଥିଲେ।

ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ଥିଲେ ଜମରତଲା ଉନ୍ନୀତ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ରାଜେଶ କୁମାର ଖମାରୀ। ସେ ପରୀକ୍ଷା ପାଇଁ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରି କେତୋଟି ଟିପ୍ସ ଦେବାସହ ବିଭିନ୍ନ ବିଷୟ ଭଲ କରିବାସହ ଦୁର୍ବଳ ପିଲା ମାନେ ମଧ୍ୟ କିପରି ପାସ୍ କରିପାରିବେ ସେଥିରେ ଧାରା ବଢେଇବା ସହ ମା ମାଟି, ଜନ୍ମଭୂମି,ମାଆ ବାପା ଓ ଗୁରୁଜନ ମାନଙ୍କୁ କିପରି ସମ୍ମାନ ଦିଆଯିବ ଏବଂ ପିତା ମାତା ନିଜ ସନ୍ତାନମାନଙ୍କୁ କିପରି ଠିକ୍ ଭାବରେ ପଢିପାରିବେ ନିଜ ଅନୁଭୂତିରୁ ଜଣାଇ ପରୀକ୍ଷା ରେ ଭଲ କରିବାପାଇଁ ଆଶୀର୍ବଚନ ପ୍ରଦାନ କଲେ।

ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ଶ୍ରୀଯୁକ୍ତ ଉପେନ୍ଦ୍ର ପଟେଲ ଓ ମୋ ସ୍କୁଲ ଅଭିଯାନ ସଭାପତି ତଥା ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀଯୁକ୍ତ ମକରଧ୍ବଜ ବଗାର ଅନ୍ୟତମ ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଆଶୀର୍ବାଦ ଦେଇ ଭଲ ମଣିଷ ହେବାକୁ ଆହ୍ୱାନ ଦେଇଥିଲେ। ସଭାରେ ଶିକ୍ଷକ କିଶୋର କୁମ୍ଭାର, ଶିକ୍ଷୟିତ୍ରୀ ଚଞ୍ଚଳା କୁମାରୀ ସାହୁ ଛାତ୍ର ଛାତ୍ରୀ ଙ୍କ ଆଶୀର୍ବାଦ ଦେଇ  ଯଥାକ୍ରମେ ଇଂରାଜୀରେ ୯୦ ପ୍ରତିଶତରୁ ଅଧିକ ରଖିଥିବା ଛାତ୍ରଛାତ୍ରୀ ମାନଙ୍କୁ ୫୦୦୦ ଓ ଏ ଉଆନ୍ ଆଣିଥିବା ଛାତ୍ର ଛାତ୍ରୀ ମାନଙ୍କୁ ୫୦୦୦ ଅର୍ଥରାଶି ପୁରସ୍କାର ଦେବାକୁ  ପ୍ରକାଶ କରିଥିଲେ।

ପ୍ରାୟ ନଭେମ୍ବର ମାସରୁ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ କ୍ଷୀରସିନ୍ଧୁ ସୁନା ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରି ଗଣିତ ଓ ବିଜ୍ଞାନ ବିଷୟରେ ଯିଏ ଶତପ୍ରତିଶତ ନମ୍ବର ଆଣିବ ଫଳାଫଳ ଘୋଷଣା ଦିନ ତତ୍କକ୍ଷଣାତ୍ ତାକୁ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସୁନା ପଞ୍ଚ ବାଦ୍ୟ ନେଇ ୫୦୦୦ ଟଙ୍କ ଲେଖାଏଁ ଅର୍ଥରାଶି ଦେଇ ସମ୍ମାନ ଦେବାକୁ ଘୋଷଣା କରିଛନ୍ତି। ମଞ୍ଚରେ ମଞ୍ଚାସୀନଥିଲେ ଅନ୍ୟତମ ଅତିଥିଭାବେ  ସୁରେନ୍ଦ୍ର କୁମାର ପାଣିଗ୍ରାହୀ ଅବସର ପ୍ରାପ୍ତ ଶିକ୍ଷକ,ଅନନ୍ତ ପ୍ରସାଦ ପାଣିଗ୍ରାହୀ ଅଭିଭାବକ, ବିଷ୍ଣୁ ମେହେର ଅଭିଭାବକ ଉକ୍ତ କାର୍ଯ୍ୟକ୍ରମକୁ ସଫଳତାର ଆଗକୁ ନେବାପାଇଁ ସହଯୋଗ କରିଥିଲେ ଶିକ୍ଷକ ଶିକ୍ଷୟିତ୍ରୀ ପୁରନ୍ଦର ଭୋଇ, ଦୀପକ୍ ସିଂ ବରିହା,ତ୍ରିଲୋକେଶ ବରିହା, ତୁଷାର ରଞ୍ଜନ ପାଣିଗ୍ରାହୀ, ସୋନାଲିକା ଶବର,ପୂଜା ସାହୁ, ଅଞ୍ଜଳି ବେହେରା,ରେବତୀ ବିଶି,ମନିଷା ବେଶ୍ରା ତଥା ପୂରନ୍ ବାଗ।

ବିଦାୟ ଅବସରରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରୁ ଅନିଶା ସାହା,ଲିସା ସାହା,ନୁଆଦେଇ ମେହେର,ଶ୍ରୁତି ରଣା,ବର୍ଷା ପାଣିଗ୍ରାହୀ, ଶ୍ରୀୟାରାଣୀ ମେହେର ବିଦାୟ ବାର୍ତ୍ତା ଦେଇଥିଲେ।ଶେଷରେ ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ କ୍ଷୀରୋଦ୍ର ନାଥ ସାହୁ ଧନ୍ୟବାଦ ଦେଇଥିଲେ ନବମ ଶ୍ରେଣୀର ଛାତ୍ର ଛାତ୍ରୀ ମାନେ ବିଦାୟୀ ଛାତ୍ର ଛାତ୍ରୀ ମାନଙ୍କୁ କଲମ ଉପହାର ଦେଇ ବିଦାୟ ଦେଇଥିଲେ।ଏହି ବିଦ୍ୟାଳୟ ରେ ଛାତ୍ର ଛାତ୍ରୀ ମାନଙ୍କ ଶୁଭ ମନାସୀ ସତ୍ୟନାରାୟଣ ପୂଜା ଅନୁଷ୍ଠିତ ହୋଇଥିଲା।ଶେଷରେ ଭୋଗ ସହ ପଙ୍କ୍ତି ଭୋଜନର ବ୍ୟବସ୍ଥା କରାଯାଇଥିଲା। ଛାତ୍ର ଛାତ୍ରୀ ମାନେ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କଠାରୁ ଆଶୀର୍ବାଦ ନେଇ ଘରକୁ ଗଲେ ।

error: Content is protected !!