Saturday, March 7, 2026
Homeରାଜ୍ୟଓସିଏ ନୂଆ ସଭାପତି ହେଲେ ପଙ୍କଜ ଲୋଚନ ମହାନ୍ତି ।

ଓସିଏ ନୂଆ ସଭାପତି ହେଲେ ପଙ୍କଜ ଲୋଚନ ମହାନ୍ତି ।

ଭୁବନେଶ୍ୱର-ଓଡିଶା କ୍ରିକେଟ୍ ଆସୋସିଏସନ(ଓସିଏ)ର ନୂଆ ସଭାପତି ହେଲେ ପଙ୍କଜ ଲୋଚନ ମହାନ୍ତି । ଆସନ୍ତା ୨୩ ରେ କାଉନସିଲ୍ ନିର୍ବାଚନ ହେବାକୁ ଥିବା ବେଳେ ଏକମାତ୍ର ପ୍ରାର୍ଥୀ ହୋଇଥିବାରୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ପଙ୍କଜ। ଗତ ଡିସେମ୍ବର ୨୯ ତାରିଖରେ ବିଜେଡିର ପୂର୍ବତନ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ ଓସିଏ ସଭାପତି ପଦରୁ ଇସ୍ତଫା ଦେଇଥିଲେ । ବବିଙ୍କର ଇସ୍ତଫା ପରେ ପଙ୍କଜ ଲୋଚନ ମହାନ୍ତି ଓସିଏରର କାର୍ଯ୍ୟକାରୀ ସଭାପତି ରହିଛନ୍ତି ।

ବର୍ତ୍ତମାନ ସେ ନିର୍ଦ୍ବନ୍ଦ୍ବରେ ଓସିଏ ସଭାପତି ନିର୍ବାଚିତ ହୋଇଛନ୍ତି। ସୂଚନାଯୋଗ୍ୟ, ବିଜେଡିର ବରିଷ୍ଠ ନେତା ପ୍ରଣବ ପ୍ରକାଶ ଦାସଙ୍କ ଇସ୍ତଫା ପରେ ପଦ ଖାଲିପଡିଥିଲା। କାମଚଳା ସଭାପତି ଭାବରେ ଓସିଏର ଉପ ସଭାପତି ପଙ୍କଜ ଲୋଚନ ମହାନ୍ତି ଦ୍ବାୟିତ୍ବ ତୁଲାଉଥିଲ। ୨୦୨୨ ଅକ୍ଟୋବର ୨୮ରେ ଓସିଏ ସଭାପତି ଭାବରେ ପ୍ରଣବ ପ୍ରକାଶ ଦାସ ନିର୍ବାଚିତ ହୋଇଥିଲେ। ଏହା ପୂର୍ବରୁ ୨୦୧୯ରୁ ୨୦୨୨ ପର୍ଯ୍ୟନ୍ତ ପଙ୍କଜ ଲୋଚନ ମହାନ୍ତି ଓସିଏର ସଭାପତି ଥିଲେ।

error: Content is protected !!