ପଦ୍ମପୁର-ପଦ୍ମପୁର ନିକଟସ୍ଥ ଜମଲା ଶ୍ରୀରାମ ମନ୍ଦିର ପ୍ରାଙ୍ଗଣରେ ୨୦୧୯ ଫେବୃୟାରୀ ୧୪ ପୁଲବାମା ଆକ୍ରମଣରେ ସହିଦ ହୋଇଥିବା ଭାରତୀୟ ଯବାନ ମାନଙ୍କ ପାଇଁ ଏକ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଯାଇଛି । ଭାରତୀୟ ସେନାରୁ ଅବସରପ୍ରାପ୍ତ ସୁବେଦାର ସୁବଲ ଗଡ଼ତିଆଙ୍କ ତତ୍ବାବଧାନରେରେ ସହିଦ ଯବାନଙ୍କ ସ୍ମୃତରେ ପ୍ରଦୀପ ପ୍ରଜ୍ଜ୍ୱଳନ ଓ ନୀରବ ପ୍ରାର୍ଥନା କରାଯାଇଥିଲା।

ପରେ ସେନାରୁ ଅବସରପ୍ରାପ୍ତ ହାବିଲଦାର ଲୋକନାଥ ବିଶାଲ ଓ ରାଜେନ୍ଦ୍ର ବେହେରାଙ୍କ ନେତୃତ୍ବରେ ଏକ ଶୋଭାଯାତ୍ରା ଗ୍ରାମ ପରିକ୍ରମା କରିଥିଲା। “ଭାରତ ମାତା କି ଜୟ” ଓ “ସହିଦ ଜବାନ ଅମର ରହେ” ସ୍ଲୋଗାନରେ ପରିବେଶ ପ୍ରକମ୍ପିତ ହେଉଥିଲା। ଏହି କାର୍ଯ୍ୟକ୍ରମ ପରିଚାଳନାରେ ଜମଲା ଯୁବଗୋଷ୍ଠୀର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।

