ପାଇକମାଲ-ପାଇକମାଲ ବ୍ଳକ ଅନ୍ତର୍ଗତ ଟେମରୀ କ୍ଳଷ୍ଟର ଅଧୀନସ୍ଥ ଖୁର୍ଷାପାଲି ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଓ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଟେମରୀ ଗ୍ରାମପଞ୍ଚାୟତର ସରପଞ୍ଚ ଦିଲ୍ଲିପ କୁମାର ବେହେରା ଏବଂ ସମ୍ମାନିତ ଅତିଥି ଭାବେ ଟେମରୀ ଗ୍ରାମପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ମୁକେଶ କୁମାର ସେଠ୍, ପୂର୍ବତନ ସେକ୍ରେଟାରୀ ରୁଷଭ ସାହୁ, ୱାର୍ଡ଼ ସଭ୍ୟ ବିଦ୍ୟାଧର ନାଏକ, ୱାର୍ଡ଼ ସଭ୍ୟା ଦେବକୀ ବରିହା, ଗ୍ରାମ୍ୟ ସଭାପତି ସୁବି ଲେଥରା, ଭଦ୍ର ବ୍ୟକ୍ତି ତୀର୍ଥବାସୀ ସାହୁ, ଖଗେଶ୍ବର ଡୁଡୁକା ଯୋଗ ଦେଇଥିଲେ । ଏହି ଉତ୍ସବରେ ଛାତଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା ।

ଖେଳ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା ପ୍ରତିଯୋଗୀ ମାନଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ଵାରା ସାର୍ଟିଫିକେଟ ସହ ଖେଳ ସାମଗ୍ରୀ ତଥା ଖାତା କଲମ ପ୍ରଦାନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ପରିଚାଳନା କରିବା ପାଇଁ ବିଦ୍ୟାଳୟର ପରିଚାଳନା କମିଟିର ସଭାପତି ଅଭିମନ୍ୟୁ ସାହୁ, କିଶୋର କୁମାର ସାହୁ, ଭାଗବତିଆ ସାହୁ, ବୀରେନ୍ଦ୍ର କୁମାର ସାହୁ ଆଦି ସହଯୋଗ କରିଥିଲେ । ପରିଶେଷରେ ସଭାପତି ପ୍ରଧାନ ଶିକ୍ଷକ କପିଳ ବାଗଙ୍କୁ ଧନ୍ୟବାଦ ଅର୍ପଣ କରି ବିଦ୍ୟାଳୟର ସହକାରୀ ଶିକ୍ଷୟତ୍ରୀ ତାରାବତୀ ବିଶ୍ଵାଳ ସଭା ସାଙ୍ଗ କରିଥିଲେ ।

