ପାଇକମାଲ – ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ତରଫରୁ ବୁଧବାର ଠାରୁ ପାଇକମାଳ ବ୍ଲକ୍ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ୧୦ ଟାରୁ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ଗଣ ଧାରଣାରେ ବସିଛନ୍ତି । ନରସିଂହ ବନଛୋର ଧାରଣାରେ ସଭାପତିତ୍ବ କରିଥିଲେ । ଗନ୍ଧମାର୍ଦ୍ଦନ ପର୍ବତକୁ ଜାତୀୟ ସମ୍ପତ୍ତି ବା ସ୍ଥାୟୀ ସୁରକ୍ଷା ଆଇନ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଘୋଷଣ କରିବାକୁ ଏକ ସ୍ମାରକ ପତ୍ର ପାଇକମାଳ ବିଡିଓଙ୍କ ଜରିଆରେ ମାନ୍ୟବର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଓଡିଶା ସରକାରଙ୍କୁ ପ୍ରଦାନ କରାଯାଇଛି ।
![](https://jagrataprahari.com/wp-content/uploads/2025/02/rising-star-6x3-1-pc-1024x512.jpg)
ଗନ୍ଧମାର୍ଦ୍ଦନ ସୁରକ୍ଷା ପରିଷଦର କର୍ମକର୍ତ୍ତା ଏକ ରାଲିରେ ଫ୍ଲାୟ କାର୍ଡ ଧରି ବିଭିନ୍ନ ଶ୍ଲୋଗାନ ଦେଇ ବ୍ଲକ୍ ସମ୍ମୁଖକୁ ଆସି ସେଠାରେ ଧାରଣାରେ ବସିଥିଲେ । ଏହି କାର୍ଯ୍ୟକ୍ରମକୁ ରାଜ କୁମାର ସେଠ ପରିଚାଳନା କରିଥିଲେ । କାନ୍ତିକାରୀ ସୁଶୀଲ ନାୟକ, ଧବଳେଶ୍ବର ସାହୁ, ବୃନ୍ଦାବନ ବାରିକ, ଗୁପତରାମ ବାରିକ, ଗୌତମ ବିଶ୍ବାଳ, ଗିରିଷ ଦଣ୍ତସେନା, ମୋହନ ଜଗତ, ସୁଧାଂସୁ ବାରିକ, କ୍ଷମାନିଧି ଭୋଇ ପ୍ରମୁଖ ନିଜର ମତ ପ୍ରକାଶ କରିଥିଲେ । ପ୍ରତିଦିନ ବିଭିନ୍ନ ଗ୍ରାମରୁ ବିଭିନ୍ନ ଅନୁଷ୍ଠାନ ମାନଙ୍କ ର କର୍ମକର୍ତ୍ତା ଓ ବିଭିନ୍ନ ଅଞ୍ଚଳ ରୁ ଆସି ଧାରଣାରେ ଯୋଗ ଦେବେ ବୋଲି ସଭାପତି ଶ୍ରୀ ବନଛୋର କହିଛନ୍ତି ।
![](https://jagrataprahari.com/wp-content/uploads/2024/04/WhatsApp-Image-2024-04-15-at-8.06.53-PM-1024x384.jpeg)
![](https://jagrataprahari.com/wp-content/uploads/2024/12/20241211_222518-1024x695.jpg)