Thursday, February 13, 2025
spot_imgspot_imgspot_img
Homeଅଘଟଣପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା : ୬୨ ନଂ ସାକ୍ଷଙ୍କ ବୟାନ ରେକର୍ଡ।

ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା : ୬୨ ନଂ ସାକ୍ଷଙ୍କ ବୟାନ ରେକର୍ଡ।

ପାଟଣାଗଡ଼(ସନ୍ତୋଷ ପଣ୍ଡା)-ବହୁ ଚର୍ଚ୍ଚିତ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାରେ ବୁଧବାର ଶେଷ ସାକ୍ଷୀ ତଥା ୬୨ ନମ୍ବର ସାକ୍ଷ ଭାବେ କ୍ରାଇମବ୍ରାଞ୍ଚର ତତ୍କାଳୀନ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅନିଲ କୁମାର ଦାସ ଙ୍କ ବୟାନ ଅତିରିକ୍ତ ଜିଲ୍ଲା ଦୌରା ଜଜ ପାଟଣାଗଡ଼ ଙ୍କ ନିକଟରେ ଗ୍ରହଣ କରାଯାଇଛି। ପୂର୍ବରୁ ଏହି ମାମଲାରେ ସୁପ୍ରିମକୋର୍ଟ ର ଦୁଇ ଜଣିଆ ଖଣ୍ଡପୀଠ ଜଷ୍ଟିସ ହୃଷିକେଶ ରାୟ ଓ ଏସବିଏନ ବର୍ତ୍ତୀ ଶୁଣାଣି କରି ଚାରି ସପ୍ତାହ ମଧ୍ୟରେ ମାମଲାର ତଦନ୍ତ ସାରି ଶୁଣାଣି କରିବାକୁ ନିର୍ଦେଶ ଦେଇଥିଲେ।ସେଥିପାଇଁ ମାମଲାର ଶୁଣାଣି ଶୀଘ୍ର ସାରିବାକୁ ମାନ୍ୟବର ଅଦାଲତ ଙ୍କ ପକ୍ଷରୁ ତ୍ୱରାନ୍ୱିତ କରାଯାଉଛି।

ବୁଧବାର ଅତିରିକ୍ତ ଜିଲ୍ଲା ଦୌରା ଜଜ ଙ୍କ ନିକଟରେ କ୍ରାଇମବ୍ରାଞ୍ଚ ତତ୍କାଳୀନ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅନିଲ ଦାସ ତଦନ୍ତ ସମୟର ସମସ୍ତ ପ୍ରମାଣପତ୍ର ସହ ଆବଶ୍ୟକ ପ୍ରମାଣ କୋର୍ଟ ଙ୍କ ନିକଟରେ ଦାଖଲ କରିଥିଲେ।ସମୟ ୧୧ ଟା ୧୫ ରୁ ପୂର୍ବାହ୍ନ ୩ ଟା ପର୍ଯ୍ୟନ୍ତ ଶ୍ରୀ ଦାସ ଙ୍କ ବୟାନ ଗ୍ରହଣ କରାଯାଇଥିଲା। ତାଙ୍କ ବୟାନ ବୁଧବାର ସମ୍ପୂର୍ଣ ହୋଇନପାରିବାରୁ ପୁଣି ଆସନ୍ତାକାଲି ବୟାନ ଗ୍ରହଣ କରାଯିବ ବୋଲି ସରକାରୀ ଓକିଲ ଆଶିଷ ଚନ୍ଦନ ସୂଚନା ଦେଇଛନ୍ତି। ଏହି ମାମଲାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ପୁଞ୍ଜିଲାଲ ମେହେର ଙ୍କୁ ବଲାଙ୍ଗିର ଜେଲ ରୁ ଭିଡିଓ କନଫରେନ୍ସ ଯୋଗେ ହାଜର କରାଯାଇଥିଲା।

ଶେଷ ସାକ୍ଷୀଙ୍କ ବୟାନ ଗ୍ରହଣ କରାଯାଉଥିବାରୁ ଏହି ମାମଲାର ଶୁଣାଣି ଖୁବ ଶୀଘ୍ର ହୋଇପାରେ ବୋଲି ଅନୁମାନ କରାଯାଉଛି। ପୁଞ୍ଜିଲାଲ ଙ୍କ ପକ୍ଷରୁ ଓକିଲ ପ୍ରମୋଦ ମିଶ୍ର କୋର୍ଟରେ ଉପସ୍ଥିତ ଥିବାବେଳେ ସରକାରଙ୍କ ପକ୍ଷରୁ ଓକିଲ ଚିତ୍ତରଞ୍ଜନ କାନୁନ ଗୋ ଓ ଆଶିଷ ଚନ୍ଦନ ଏହି ମାମଲାର ପରିଚାଳନା କରୁଛନ୍ତି । ସାସୂଚନାନୁସାରେ ୨୦୧୮ ଫେବୃଆରୀ ୨୩ ତାରିଖରେ ପାଟଣାଗଡ଼ ବ୍ଲକ ଛକ ବାସିନ୍ଦା ଉଦ୍ଭିଦ ବିଜ୍ଞାନ ଅଧ୍ୟାପକ ରବୀନ୍ଦ୍ର ସାହୁଙ୍କ ଘରକୁ ଏକ ପାର୍ସଲ ପହଞ୍ଚିଥିଲା ଉକ୍ତ ପାର୍ସଲକୁ ରବୀନ୍ଦ୍ର ଙ୍କ ପୁଅ ସୌମ୍ୟଶେଖର ଖୋଲିବା ସମୟରେ ତାହା ବିସ୍ଫୋରଣ ଘଟିଥିଲା।

ଏହି ବିସ୍ଫୋରଣରେ ସୌମ୍ୟଶେଖର ଓ ତାଙ୍କ ଜେଜେମା ଜେମାମଣି ପ୍ରାଣ ହରାଇଥିଲେ। ସୌମ୍ୟଙ୍କ ପତ୍ନୀ ରିମା ସାହୁ ଅଳ୍ପକେ ବର୍ତ୍ତି ଯାଇଥିଲେ ସୁଦ୍ଧା ଗୁରୁତର ହୋଇ ଦୀର୍ଘ ଦିନ ପର୍ଯ୍ୟନ୍ତ ଡାକ୍ତରଖାନା ରେ ଚିକିତ୍ସିତ ହୋଇଥିଲେ। ପ୍ରଥମେ ଏ ସଂକ୍ରାନ୍ତରେ ପାଟଣାଗଡ଼ ଥାନାରେ ଉକ୍ତ ମାମଲା ରୁଜୁ କରାଯାଇ ପୁଲିସ ତଦନ୍ତ କରିଥିଲା।ହେଲେ ସେଭଳି କୌଣସି ସଫଳତା ନ ମିଳିବା ପରେ ଏହି ମାମଲା କ୍ରାଇମବ୍ରାଞ୍ଜକୁ ହସ୍ତାନ୍ତର କରାଯାଇଥିଲା। କ୍ରାଇମ ବ୍ରାଞ୍ଜ ଏହାର ତଦନ୍ତ କରି ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ଭାବରେ ପୁଞ୍ଜିଲାଳକୁ ଗିରଫ କରିଥିଲା।

error: Content is protected !!