ବରପାଲି-ବରଗଡ଼ ଜିଲ୍ଳା ବରପାଲି ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ପୂର୍ବାହ୍ନ ୯ ଘଣ୍ଟା ସମୟରେ ଗ୍ରାମର ଇଷ୍ଟଦେବୀ ମା ସମଲେଶ୍ୱରୀଙ୍କ ଠାରେ ପୂଜାର୍ଚନା ପୂର୍ବକ ସମଲେଶ୍ୱରୀ ମନ୍ଦିରରୁ ବିଦ୍ୟାଳୟ ପର୍ଯ୍ୟନ୍ତ ଏକ ସାଂସ୍କୃତିକ ଶୋଭାଯାତ୍ରା ଅନୁଷ୍ଠିତ ହୋଇ ଉତ୍ସବ ସ୍ଥଳରେ ଦୀପ ସ୍ଥାପନ କରାଯାଇଥିଲା। ଏହାପରେ ଉଦଘାଟନୀ ଉତ୍ସବରେ ସ୍ଥାନୀୟ ସରପଞ୍ଚ ମାନସ ରଞ୍ଜନ ବଢ଼ାଇ ମୁଖ୍ୟ ଅତିଥିଭାବେ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ।
![](https://jagrataprahari.com/wp-content/uploads/2024/10/Ashish-Bansal-8x3-copy-1024x384.jpg)
ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମହେନ୍ଦ୍ର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସତଲମା ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ଲୋକବନ୍ଧୁ ପଧାନ ମୁଖ୍ୟ ବକ୍ତା, ବରପାଲି ଗୋଷ୍ଠୀ ଶିକ୍ଷା ଅଧିକାରୀ ମୁକୁନ୍ଦ ମହରା ସ୍ୱତନ୍ତ୍ର ଅତିଥି , ସମିତି ସଭ୍ୟ ଉପେନ୍ଦ୍ର ବାଗ, ବିଜୟପଲ୍ଲୀ ପୋଲିସ ଫାଣ୍ଡି ଅଧିକାରୀ ମୋହନ ସୁନ୍ଦର ବାଗ, ହାସ୍ୟକବି ଭରତ ନାଏକ, ବିଦ୍ୟାଳୟର ଚେୟାରମ୍ୟାନ ଚିତ୍ତରଞ୍ଜନ ନାଏକ ସମ୍ମାନିତ ଅତିଥି ଭାବେ ମଂଚାସୀନ ହୋଇଥିଲେ। ଅନ୍ୟତମ ଅତିଥି ଭାବେ ଗ୍ରାମର ଶିକ୍ଷାବିତ୍ ଲକ୍ଷ୍ମୀ ପ୍ରସାଦ ଥପା, ରଘୁନାଥ ଷଡ଼ଙ୍ଗୀ, କମଲେଶ ଭୋଇ ମଂଚାସୀନ ହୋଇଥିଲେ।
![](https://jagrataprahari.com/wp-content/uploads/2024/11/IMG-20241105-WA0259-1024x512.jpg)
ଏଥି ସହିତ ମେଧାବୀ ଛାତ୍ରଛାତ୍ରୀ, ସର୍ବାଧିକ ଉପସ୍ଥାନ, ସମୟାନୁବର୍ତ୍ତିତା, ଶୃଙ୍ଖଳା, କଳା ହସ୍ତଶିଳ୍ପ, ନେତୃତ୍ୱ, ପରିଷ୍କାର ପରିଚ୍ଛନ୍ନତା, ଦାୟିତ୍ୱବୋଧ ଆଦି ବିଭିନ୍ନ ବ୍ୟକ୍ତିଗତ ଓ ସାମାଜିକ ଗୁଣାବଳୀ ଉପରେ ଶ୍ରେଷ୍ଠ ବିବେଚିତ ହୋଇଥିବା ଛାତ୍ରଛାତ୍ରୀ ଙ୍କୁ ପୁରସ୍କୃତ କରାଯାଇଥିଲା। ଏହା ପରେ ଛାତ୍ରୀ ସୁମନ ସାହୁଙ୍କ ସଂଯୋଜନାରେ ଛାତ୍ରଛାତ୍ରୀ ଙ୍କ ଦ୍ୱାରା ଭିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଶିକ୍ଷକ ସୁଜିତ ପଟେଲ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଶୁକଦେବ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପରିଚାଳନା କମିଟିର ସମସ୍ତ ସଭ୍ୟ ସଭ୍ୟା ଏବଂ ଗ୍ରାମବାସୀ ସହଯୋଗ କରିଥିଲେ।
![](https://jagrataprahari.com/wp-content/uploads/2024/10/Rahaul-3x5-copy-1024x614.jpg)
![](https://jagrataprahari.com/wp-content/uploads/2024/12/20241211_222518-1024x695.jpg)