Sunday, March 8, 2026
Homeରାଜ୍ୟଗନ୍ଧମାର୍ଦ୍ଦନ ତୀର୍ଥକ୍ଷେତ୍ର ପରିଦର୍ଶନ ପାଇଁ ସ୍ବରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଅମିତ ସାହାଙ୍କୁ ବରଗଡ ସାଂସଦ ଶ୍ରୀ...

ଗନ୍ଧମାର୍ଦ୍ଦନ ତୀର୍ଥକ୍ଷେତ୍ର ପରିଦର୍ଶନ ପାଇଁ ସ୍ବରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଅମିତ ସାହାଙ୍କୁ ବରଗଡ ସାଂସଦ ଶ୍ରୀ ପ୍ରଦୀପ ପୁରୋହିତଙ୍କ ନିମନ୍ତ୍ରଣ।

ବରଗଡ-ବରଗଡ ସାଂସଦ ଶ୍ରୀ ପ୍ରଦୀପ ପୁରୋହିତ ଆଜି ପାର୍ଲାମେଣ୍ଟ ଭବନରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଅମିତ ସାହା ଙ୍କୁ ସାକ୍ଷାତ କରି ବରଗଡ ଲୋକସଭା କ୍ଷେତ୍ର ଅନ୍ତର୍ଗତ ଗନ୍ଧମାର୍ଦ୍ଦନ ପୀଠକୁ ପରିଦର୍ଶନରେ ଆସିବା ପାଇଁ ସ୍ବରାଷ୍ଟ୍ର ମନ୍ତ୍ରୀଙ୍କୁ ଆମନ୍ତ୍ରଣ କରିଥିବା ସୂଚନା ମିଳିଛି । ଆଜି ଦିନ ୧୨ଟା ୪୦ ମିନିଟରେ ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ପାର୍ଲାମେଣ୍ଟ ଭବନରେ ସ୍ବରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଅମିତ ସାହାଙ୍କୁ ବରଗଡ ଲୋକସଭା ସଦସ୍ଯ ଶ୍ରୀ ପୁରୋହିତ ସାକ୍ଷାତ କରିବା ସହ ୨ଟି ଗୁରୁତ୍ୱପୂର୍ଣ୍ଣ ବିଷୟ ପ୍ରତି ତାଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଆଲୋଚନା କରିଥିଲେ ।

ଓଡିଶାର ପଶ୍ଚିମାଞ୍ଚଳର ୧୧ଟି ଜିଲ୍ଲାର ଲୋକଙ୍କ ସମ୍ବଲପୁରୀ – କୋଶଳି ଭାଷା ମାତୃଭାଷା ହୋଇଥିବା ବେଳେ ଓ ଭାଷାର ଏକ ସମୃଦ୍ଧ ସାହିତ୍ୟ ବ୍ଯାକରଣ ଥିବାରୁ ସମ୍ବଲପୁରୀ – କୋଶଳୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଛେଦର ସାମିଲ କରିବା ଓ ପ୍ରାକୃତିକ,ଐତିହାସିକ ପୀଠ ଗନ୍ଧମାର୍ଦ୍ଦନ ପର୍ବତର ସୁରକ୍ଷା ସହ ଏହାକୁ ଜାତୀୟ ସଂପତ୍ତି ର ମାନ୍ଯତା ଦେବା ପାଇଁ ସ୍ବରାଷ୍ଟ୍ର ମନ୍ତ୍ରୀଙ୍କୁ ଶ୍ରୀ ପୁରୋହିତ ଦାବୀପତ୍ର ମଧ୍ଯ ପ୍ରଦାନ କରିଥିଲେ । ସ୍ବରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଅମିତ ସାହା ଗନ୍ଧମାର୍ଦ୍ଦନ ଅଞ୍ଚଳ ପରିଦର୍ଶନରେ ଆସିବା ପାଇଁ ସହମତି ପ୍ରକାଶ କରିଥିବା ସାଂସଦ ଶ୍ରୀ ପ୍ରଦୀପ ପୁରୋହିତ ସୂଚନା ଦେଇଛନ୍ତି ।

error: Content is protected !!