Thursday, February 13, 2025
spot_imgspot_imgspot_img
Homeରାଜ୍ୟପ୍ରାଥମିକ ଶିକ୍ଷା ପରିଷଦର ନବ ନିଯୁକ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ପ୍ରଶିକ୍ଷଣ ଶିବିର ଉଦଘାଟିତ ।

ପ୍ରାଥମିକ ଶିକ୍ଷା ପରିଷଦର ନବ ନିଯୁକ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ପ୍ରଶିକ୍ଷଣ ଶିବିର ଉଦଘାଟିତ ।

ପଦ୍ମପୁର-ବରଗଡ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଆନୁକୂଲ୍ୟରେ ସ୍ଥାନୀୟ ରାଜବୋଡ଼ାସମ୍ବର ଉଚ୍ଚ ବିଦ୍ୟାଳୟ,ପଦ୍ମପୁର ଠାରେ ପ୍ରାଥମିକ ଶିକ୍ଷା ପରିଷଦର ନବ ନିଯୁକ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଶିକ୍ଷଣ କୌଶଳ ,ବ୍ୟାବହାରିକ କୌଶଳ ତଥା ଶିକ୍ଷାନୁଷ୍ଠାନର ନୀତିନିୟମ ସମ୍ବନ୍ଧୀୟ ଜ୍ଞାନର ଅଭିବୃଦ୍ଧି ସମେତ ଦକ୍ଷତା ବିକାଶ ନିମିତ୍ତ ବ୍ଲକ ସ୍ତରୀୟ ପଞ୍ଚଦିବସୀୟ ପ୍ରେରଣା ତାଲିମ ଶିବିର ଉଦଘାଟିତ ହୋଇଯାଇଛି।

ରାଜବୋଡାସମ୍ବର ବ୍ଲକ ଶିକ୍ଷାଧିକାରୀ ଶ୍ରୀ ଲୋକନାଥ ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ତ୍ରିବିକ୍ରମ ପାଣିଗ୍ରାହୀ, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଶିବ ପ୍ରସାଦ ଯୋଶୀ, ସାଧନକର୍ମୀ ଭାବେ ଶେଷଦେବ ସାହୁ, ଦଶରଥ କଲେତ୍, ଗୋବର୍ଦ୍ଧନ ବରିହା, ନରେନ୍ଦ୍ର ଜାଲ ଯୋଗ ଦେଇଥିଲେ।

ସର୍ବପ୍ରଥମେ ଅତିଥି ମାନଙ୍କ ଦ୍ବାରା ଶ୍ରୀ ଗଣେଶ ଓ ମା ସରସ୍ବତୀ ଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଦୀପ ପ୍ରଜ୍ୱଳନ କରାଯାଇଥିଲା । ସମସ୍ତ ଅତିଥିଙ୍କୁ ପୁଷ୍ପଗୁଚ୍ଛ ଏବଂ ଉପଢୌକନ ଦେଇ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ପାଞ୍ଚଦିନିଆ ପ୍ରଶିକ୍ଷଣ ଶିବିରକୁ କେମିତି ଶୃଙ୍ଖଳିତ ଢଙ୍ଗରେ ସମାପନ କରିବା ଏବଂ ବିଦ୍ୟାଳୟ ମାନଙ୍କରେ ତାର କାର୍ଯ୍ୟକାରିତା କେମିତି ଢଙ୍ଗରେ କରିବେ ସେହି ବିଷୟରେ ମୁଖ୍ୟ ଅତିଥି ମତ ରଖିଥିଲେ ଏବଂ ତାଲିମ ଶିବିର ସମ୍ପର୍କରେ ପ୍ରେରଣାଦାୟୀ ଅଭିଭାଷଣ ରଖିଥିଲେ।

ଉକ୍ତ ତାଲିମ ଶିବିରରେ ରାଜବୋଡ଼ାସମ୍ବର ବ୍ଲକର ୩୪ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରଶିକ୍ଷଣ ନେବା ପାଇଁ ଯୋଗଦାନ କରିଥିଲେ । ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ଅଭିଳାଷ ସାହୁ ଅତିଥି ପରିଚୟ ସହ ସଭାର ସଂଯୋଜନା କରିଥିବାବେଳେ ଶିକ୍ଷୟିତ୍ରୀ ପ୍ରଭାସିନି ସା ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଅନ୍ୟାନ୍ୟ କର୍ମଚାରୀ ସଭାକୁ ସାଫଲ୍ୟମଣ୍ଡିତ କରିବା ନିମନ୍ତେ ଅକୁଣ୍ଠ ସହଯୋଗ କରିଥିଲେ ।

error: Content is protected !!