ପଦ୍ମପୁର – ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁର ର ଶିଶୁ ବାଟିକା ବିଭାଗ ର ଘର ହିଁ ବିଦ୍ୟାଳୟ ପ୍ରକଳ୍ପ ପ୍ରଥମ ପର୍ଯ୍ୟାୟ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ଘନଶ୍ୟାମ ପୁଞ୍ଜି ଦୀପ ପ୍ରଜ୍ବଳନ ପୂର୍ବକ ଶିଶୁ ଶିକ୍ଷା ର ଭାରତୀୟ ଓ ପାଶ୍ଚାତ୍ୟ ସଂକଳ୍ପନା ଓ ଶିଶୁ ଶିକ୍ଷା ର ବର୍ତ୍ତମାନ ସ୍ଥିତି।ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଚୈତନ୍ୟ ଭୋଇ ସ୍ଵାଗତ ଭାଷଣ, ଅତିଥି ପରିଚୟ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ।ଉପ ସଭାପତି ଶ୍ରୀଯୁକ୍ତ ଗୋପାଳ କୃଷ୍ଣ ମିଶ୍ର ମାର୍ଗ ଦର୍ଶନ କରିଥିଲେ ।
![](https://jagrataprahari.com/wp-content/uploads/2025/01/IMG-20250122-WA0003-1024x328.jpg)
ଶିଶୁ ବାଟିକା ପ୍ରମୁଖ ସୁଜାତା ତ୍ରୀପାଠୀ ବ୍ୟବସ୍ଥା ଓ ସୂଚନା ପ୍ରଦାନ କରିଥିଲେ । ସସ୍ମିତା ଶତପଥୀ ଗୁରୁମା କାର୍ଯ୍ୟକ୍ରମ ର ସଂଯୋଜନା କରିଥିବା ବେଳେ ଦୀନବନ୍ଧୁ ଗୁରୁଜୀ ଧନ୍ୟବାଦ ଅର୍ପଣ କରିଥିଲେ ।ଉକ୍ତ କାର୍ଯ୍ୟକ୍ରମ ରେ ୪୦ଜଣ ଅଭିଭାବିକା ଓ ୧୭ ଜଣ ଶିଶୁ ଭାଗ ନେଇଥିବାବେଳେ ବିଭିନ୍ନ ପ୍ରାୟଗିକ କାଳାଂଶ ରେ ଯାମିନୀ ଗୁରୁମା ଓ ଶରତ ଗୁରୁଜୀ ସହଯୋଗ କରିଥିଲେ। ସମସ୍ତ ଗୁରୁଜୀ ଗୁରୁମାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା ।
![](https://jagrataprahari.com/wp-content/uploads/2025/01/IMG-20250122-WA0002-1024x384.jpg)
![](https://jagrataprahari.com/wp-content/uploads/2024/12/20241211_222518-1024x695.jpg)