Saturday, March 7, 2026
Homeରାଜ୍ୟଯଦୁମଣି ପ୍ରଧାନ ପ୍ରେକ୍ଷାଲୟ ଉଦଘାଟିତ ।

ଯଦୁମଣି ପ୍ରଧାନ ପ୍ରେକ୍ଷାଲୟ ଉଦଘାଟିତ ।

ବରଗଡ-ପୂର୍ବତନ ବରଗଡ଼ ବିଧାୟକ, ପୌରାଧ୍ୟକ୍ଷ ତଥା ବିଶିଷ୍ଟ ନେତା ସ୍ୱର୍ଗତ ଯଦୁମଣି ପ୍ରଧାନଙ୍କ ସ୍ମୃତି ଚାରଣ ତଥା ସମ୍ମାନ ରକ୍ଷା ନିମନ୍ତେ ସ୍ଥାନୀୟ କୃଷକ ବଜାର ଠାରେ ନବନିର୍ମିତ ପ୍ରେକ୍ଷାଳୟକୁ ତାଙ୍କ ନାମରେ ଉତ୍ସର୍ଗିକୃତ କରିବା ସହ ଉଦଘାଟିତ ହୋଇଛି । ଉଦଘାଟନୀ ସମାରୋହରେ ଜିଲ୍ଲାପାଳ ଶ୍ରୀ ଅଦିତ୍ୟ ଗୋୟଲଙ୍କ ସମେତ ସଦର ବିଧାୟକ ଶ୍ରୀ ଅଶ୍ୱିନୀ ଷଡଙ୍ଗୀ, ଅତାବିରା ବିଧାୟକ ଶ୍ରୀ ନିହାର ରଞ୍ଜନ ମହାନନ୍ଦ, ପୌରାଧ୍ଯକ୍ଷା ଶ୍ରୀମତି କଳ୍ପନା ମାଝି ,ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତି ମଧୁଛନ୍ଦା ସାହୁ, ସୁପରିଟେଣ୍ଡିଙ୍ଗ ଇଞ୍ଜିନିୟର ଅରୁଣ ପାଣ୍ତେ, ବାର ଆସୋସିଏସନ୍ ସଭାପତି ଶ୍ରୀ ଭିସ୍ମଦେବ ସରାଫ୍, ସାଂସଦ ପ୍ରତିନିଧି ଶ୍ରୀ ସୁରେଶ୍ୱର ସତପଥୀ ଏବଂ ସ୍ୱର୍ଗତ ବିଧାୟକ ଶ୍ରୀ ପ୍ରଧାନଙ୍କ ଧର୍ମପତ୍ନୀ ଶ୍ରୀମତି ହେମନ୍ତ ପ୍ରଧାନ ଉପସ୍ଥିତ ଥିଲେ ।

ଉକ୍ତ ୫୦୦ ଆସନ ବିଶିଷ୍ଟ ପ୍ରେକ୍ଷାଳୟ ପଶ୍ଚିମ ଓଡିଶା ବିକାଶ ପରିଷଦ ପାଣ୍ଠିରୁ ସର୍ବମୋଟ ୯ କୋଟି ୭ ଲକ୍ଷ ୧୦ ହଜାର ଅଟକଳ ମୂଲ୍ୟରେ ପୂର୍ତ୍ତ ବିଭାଗ ଦ୍ୱାରା ନିର୍ମାଣ କରାଯାଇଛି । ପ୍ରେକ୍ଷାଳୟର ବାଲକୋନୀ ଠାରେ ୮୮ ଗୋଟି ଆସନ ଥିବାବେଳେ ଗ୍ୟାଲେରୀଠାରେ ୪୧୨ ଗୋଟି ଆସନ ସହ ୨ ଗୋଟି ଚେଞ୍ଜିଙ୍ଗ ରୁମ, ଗୋଟିଏ ଭିଆଇପି ଲାଉଞ୍ଜ ସହ ମହିଳା ଓ ପୁରୁଷଙ୍କ ପାଇଁ ଭିନ୍ନ ଷୌଚାଳୟ ଏବଂ ଅଫିସ ରୁମ, ଷ୍ଟୋର ରୁମ, ପେଣ୍ଟ୍ରି ରୁମ ଏବଂ ୱେଟିଙ୍ଗ ରୁମ ଭଳି ବିଭିନ୍ନ ଅତ୍ୟାଧୁନିକ ବ୍ୟବସ୍ଥା ରହିଛି ।

error: Content is protected !!