Thursday, February 13, 2025
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିବିନ୍ଧ୍ୟବାସିନୀ ସ୍ନାତକ ମହାବିଦ୍ୟାଳୟରେ "ସ୍ୱାମୀ ବିବେକାନନ୍ଦ ''ଶୀର୍ଷକ ଆଲୋଚନାଚକ୍ର ।

ବିନ୍ଧ୍ୟବାସିନୀ ସ୍ନାତକ ମହାବିଦ୍ୟାଳୟରେ “ସ୍ୱାମୀ ବିବେକାନନ୍ଦ ”ଶୀର୍ଷକ ଆଲୋଚନାଚକ୍ର ।

ପାଇକମାଲ-ସ୍ଥାନୀୟ ବିନ୍ଧ୍ୟବାସିନୀ ସ୍ନାତକ ମହାବିଦ୍ୟାଳୟରେ ଅଧ୍ୟକ୍ଷ ଲୋହିତ ବାରିକଙ୍କ ଅଧ୍ୟକ୍ଷତାରେ ଜାତୀୟ ଯୁବ ଦିବସ ଉପଲକ୍ଷେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଆଲୋଚନାଚକ୍ରରେ “ବିବେକାନନ୍ଦ ବିଶ୍ଵ ଚେତନା ଅଭିଯାନ ” ର ସଂପାଦକ ଉମେଶ ଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସ୍ୱାମୀ ବିବେକାନନ୍ଦଙ୍କ ଜୀବନୀ, ବାଣୀ, ଆଦର୍ଶ ସଂପର୍କରେ ବତ୍କୃତା ପ୍ରଦାନ କରିଥିଲେ । ସ୍ୱାମୀ ବିବେକାନନ୍ଦ ସଂପର୍କିତ ଅନେକ ପ୍ରଶ୍ନ ଛାତ୍ରଛାତ୍ରୀ ମାନଙ୍କୁ କରାଯାଇଥିଲା ଏବଂ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା ।

ଏହି ସଭାରେ ଅଧ୍ୟାପକ ପ୍ରଦୀପ ଦେୱାନ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟାପିକା ଝରଣା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଅଧ୍ୟାପକ ପ୍ରଦୀପ୍ତ ସାହୁ, ଦେବରାଜ ସାହୁ , ଅଭିନାଶ ମହାପାତ୍ର , ଅଙ୍କିତ କୁମାର ଦାସ, ଅଧ୍ୟାପିକା ମୀନା କୁମାରୀ ସାହୁ ,ପୁଷ୍ପ ମଞ୍ଜରୀ ପ୍ରଧାନ , ଅଞ୍ଜଳି ବାଗ ସମେତ ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ସଭାରେ ଉପସ୍ଥିତ ଥିଲେ ।

error: Content is protected !!