Thursday, February 13, 2025
spot_imgspot_imgspot_img
Homeଖେଳଇନ୍ଦିରା ପ୍ରିୟଦର୍ଶିନୀ ହାଇସ୍କୁଲ ପଡ଼ିଆରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା ପାଳିତ ।

ଇନ୍ଦିରା ପ୍ରିୟଦର୍ଶିନୀ ହାଇସ୍କୁଲ ପଡ଼ିଆରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା ପାଳିତ ।

ପାଇକମାଲ-ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ୍ ଚେରେଙ୍ଗାଝାଞ୍ଜ କ୍ଳଷ୍ଟର ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବରତୁଣ୍ଡା ଠାରେ ବାର୍ଷିକ କ୍ରୀଡା ଉତ୍ସବ ୨୦୨୫ ଇନ୍ଦିରା ପ୍ରିୟଦର୍ଶିନୀ ହାଇସ୍କୁଲ ପଡ଼ିଆରେ ଅନୁଷ୍ଠିତ ହୋଇ ଯାଇଛି। ପ୍ରଧାନ ଶିକ୍ଷକ ନିତ୍ୟାନନ୍ଦ ସୁନା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କ୍ରୀଡା ଉତ୍ସବରେ ମୂଖ୍ୟ ଅତିଥି ରୂପେ ଏବିଇଓ ରାଧେଶ୍ୟାମ ମେହେର ତଥା ସମ୍ମାନିତ ଅତିଥି ରୂପେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀ ଉଗ୍ରସେନ ପ୍ରଧାନ , ଇନ୍ଦିରା ପ୍ରିୟଦର୍ଶିନୀ ହାଇସ୍କୁଲ ପ୍ରଧାନ ଶିକ୍ଷକ ଶୁଶିଲ କୁମାର ତ୍ରିପାଠୀ,ସିଆରସିସି ବ୍ରଜକିଶୋର ଜେନା ଏବଂ ପୁର୍ବତନ ସ୍କୁଲ ପରିଚାଳନା କମିଟି ସଭାପତି ଉମାକାନ୍ତ ବାଗ ଯୋଗଦାନ କରି ଉଦଘାଟନ କରିବା ସହ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ।

ପ୍ରଧାନ ଶିକ୍ଷକ ନିତ୍ୟାନନ୍ଦ ସୁନାଙ୍କ ନେତୃତ୍ୱରେ ମୋଟ୍ ୨୦ଟି ପ୍ରତିଯୋଗିତା ଖେଲା ଯାଇଥିଲେ । କ୍ରୀଡା ପ୍ରତିଯୋଗିତାରେ ଛାତ୍ରଛାତ୍ରୀ ମାନେ ବିଭିନ୍ନ ବର୍ଗରେ ଭାଗ ନେଇ କୃତିତ୍ୱ ଅର୍ଜନ କରିଥିଲେ। ଉଦଯାପନି ଉତ୍ସବରେ ସ୍କୁଲ ପରିଚାଳନା କମିଟି ସଭାପତି ବେଣୁଧର ସାହୁ, ବିଶ୍ବନାଥ ବାଗ,ରୁକ୍ମଣ ଧରୁଆ,ଆୟୁବ ଦାଉଦ୍, ପ୍ରଶାନ୍ତ ବାଗ,ଯୋଗ ଦେଇ କ୍ରୀଡା ଉତ୍ସବ କୁ ସଫଳତା ସହିତ ସମାପନ କରାଇଥିବାରୁ ଖେଳ ଶିକ୍ଷକ ପ୍ରଫୁଲ୍ଲ ମେହେର ଓ ଇନ୍ଦ୍ର ନାୟକଙ୍କୁ ପୁଷ୍ପ ଗୁଚ୍ଛ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଶିକ୍ଷକ ମାଧବ ପୁରୋହିତ ମଞ୍ଚ ପରିଚାଳନା କରିଥିବାବେଲେ ପ୍ରଧାନ ଶିକ୍ଷକ ଶ୍ରୀ ସୁନା ପ୍ରତିଯୋଗିତାର ସଫଳତା ପାଇଁ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତଥା ଗ୍ରାମବାସୀଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।

error: Content is protected !!