Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିରାଜବୋଡାସମ୍ବର ଧନୁଯାତ୍ରା : ପୁତନା ନିଧନ ରେ କଂସ ମର୍ମାହତ ।

ରାଜବୋଡାସମ୍ବର ଧନୁଯାତ୍ରା : ପୁତନା ନିଧନ ରେ କଂସ ମର୍ମାହତ ।

ପାଇକମାଲ-ପାଇକମାଲ ବ୍ଲକ୍ ଗୋଇବାହଲି ଠାରେ ହେଉଥିବା ସପ୍ତମ ରଜବୋଡାସମ୍ବର୍ ଧନୁଯାତ୍ରା ମସୋତ୍ସବ ର ଚତୁର୍ଥ ଦିବସରେ ଗୋପପୁର କେର୍ମେଲାବାହାଲରେ ଦିବା ୧୦ ଟା ରୁ ୪ ମଧ୍ୟରେ ଗୋପାଳିଲା ପରାୟଣ ଅନୁଷ୍ଠିତ । ଶ୍ରୀକୃଷ୍ଣଙ୍କ ବାଲ୍ୟଲୀଳା ଓ କଂସ ପ୍ରେରିତ ପୁତନା ବଧ ଦୃଶ୍ୟ ଅଭିନୀତ ହୋଇଥିଲା। ସଂନ୍ଧ୍ୟା ୭ ଟାରେ କମିଟି ପକ୍ଷରୁ ରକ୍ତଦାନ ଶିବିର ଉତଘାଟିତ ହୋଇଥିଲା। ତାପରେ ମଥୁରା ରାଜ ଦରବାରରେ ପୁତନା ନିଧନରେ କଂସ ମର୍ମାହତ ହୋଇ ନାରଦଙ୍କ ପରାମର୍ଶରେ ନଳା, ଶକଟା,ତୃଣା,ଧେନୁ,ଷଣ୍ଢ ସୁର ଆଦିଙ୍କୁ ଗୋପପୁର ପ୍ରେରଣ କରିଥିଲେ।

ଉକ୍ତ ଦରବାରରେ ରାଜଅତିଥି ଭାବେ ଜୀବନ ବିନ୍ଦୁ ଜିଲ୍ଲା ସଂଯୋଜକ ବରଗଡ଼ ଗୌରହରି ମିଶ୍ର, ଶ୍ରୀମତୀ ବିଜୟ ଲଷ୍ମୀ ଛଟେଇ, .ଗାଇଲିଲେଟ ବ୍ଲକ ଅଧ୍ୟକ୍ଷ ପ୍ରଣୟ ସାହୁ,ବରିଷ୍ଠ ସମାଜସେବୀ ରଞ୍ଜନ କୁମାର ପଣ୍ଡା, ଯୋଗେଶ୍ୱର ବେସରା ଏବଂ ଓକିଲ ସଂଘ ପଦ୍ମପୁର ସମେତ ଅନ୍ୟାନ ଅଥିତି ମାନେ ଯୋଗଦେଇଥିଲେ । ପରେ ଦରବାରରେ ମା ସଂସ୍କୃତି କର୍ମା ନୃତ୍ୟ, ସୁନ୍ଦରଗଡ଼ ଏବଂ ମା ତାରିଣୀ ଆଦିବାସୀ ନୃତ୍ୟ, ବନେଇର କଳାକାର ମାନେ ନୃତ୍ୟ ପରିବେଷଣ କରଥିଲେ।

error: Content is protected !!