Tuesday, February 4, 2025
spot_imgspot_imgspot_img
Homeଖେଳ୧୫ ତମ ରାଷ୍ଟ୍ରିୟ ଯୁବ ଶକ୍ତି କପ କ୍ରିକେଟ ଉଦଯାପିତ, ଦେୱାନୀ ଦଳ ଚମ୍ପିୟାନ ।

୧୫ ତମ ରାଷ୍ଟ୍ରିୟ ଯୁବ ଶକ୍ତି କପ କ୍ରିକେଟ ଉଦଯାପିତ, ଦେୱାନୀ ଦଳ ଚମ୍ପିୟାନ ।

ପଦ୍ମପୁର- ରାଷ୍ଟ୍ରିୟ ଯୁବ ଶକ୍ତି କ୍ଲବ ବୈତାଲି ଅନୁକୁଲ୍ୟରେ ୧୫ ତମ ରାଷ୍ଟ୍ରିୟ ଯୁବ ଶକ୍ତି କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଦୀର୍ଘ ପାଂଚ ଦିନ ବ୍ୟାପି ଚାଲିଥିବା ଏହି ଟୁର୍ଣ୍ଣାମେଣ୍ଟରେ ୨୭ ଗୋଟି ଦଳ ଅଂଶ ଗ୍ରହଣ କରିଥିଲେ । ଉଦଯାପନୀ ମ୍ୟାଚ ବରତୁଣ୍ଡା ଓ ଦେୱାନୀ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ବରତୁଣ୍ଡା ଦଳକୁ ହରାଇ ଦେୱାନୀ ଦଳ ଚମ୍ପିୟାନ ହୋଇଥିଲେ । ଉଦଯାପନୀ ଉତ୍ସବରେ ସମାଜସେବୀ ମୁଜାଫର ହୁସେନ,

ଜିଲ୍ଲାପରିଷଦ ସୁଶୀଲ ମରେ,ଅମଠି ସରପଂଚ ଶାନ୍ତି ଥପା,ଅମଠି ସମିତିସଭ୍ୟ ହେମାନନ୍ଦ ଚୌଧୁରୀ,ଅମଠିର ପୂର୍ବତନ ସରପଂଚ ଡା.ଲମ୍ବୋଧର ପଣ୍ଡା,ସମବାୟ ସମିତି ସଭାପତି କିଶୋର ବାରିକ ପ୍ରମୁଖ ଅତିଥି ଭାବରେ ଯୋଗଦେଇ ପୁରଷ୍କାର ପ୍ରଦାନ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟକୁ ଆଶିଷ ପ୍ରଧାନ,ପ୍ରକାଶ ପାତ୍ର,ଲିଙ୍ଗରାଜ ହଂସ,ରୋହିତ ସାହୁ,ଚୈତନ୍ୟ ପ୍ରଧାନ,ଘନଶ୍ୟାମ ପ୍ରଧାନ,ଦୟାଲାଲ ବାରିକ ପ୍ରମୁଖ ପରିଚାଲନାରେ ସହେଯାଗ କରିଥିଲେ ।

error: Content is protected !!