ପଦ୍ମପୁର-ପଦ୍ମପୁର ରାଜବୋଡାସମ୍ବର ମେହେର (ଭୂଲିଆ) ସମାଜର ତ୍ରୈମାସିକ ସମ୍ମିଳନୀ କୁଡାସିଂହା ଗ୍ରାମରେ ସଭାପତି ରୋହିତ ମେହେର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ହୋଇଥିଲା । ବୋଡାସମ୍ବର ଅଞ୍ଚଳର ବିଭିନ୍ନ ଜୋନ ରୁ ପ୍ରାୟ ୪ ଶହ ରୁ ଉର୍ଦ୍ଧ୍ବ ମହିଳା ଓ ପୁରୁଷ ଯୋଗଦାନ କରିଥିଲେ । ମାଁ ସମଲେଶ୍ବରୀ,ସ୍ବଭାବ କବି ଗଙ୍ଗାଧର ମେହେର ଓ ମଙ୍ଗା (ତନ୍ତ) ଫୋଟ ଚିତ୍ର କୁ ପୂଜାର୍ଚ୍ଚନା କରାଯାଇଥିଲା । ଉପ ସଭାପତି ଚୂଳ ସୁନ୍ଦର ମେହେର ସ୍ବାଗତ ଜଣାଇବା ସହ ସଭାର ଉଦେଶ୍ୟ ଜ୍ଞାପନ କରିଥିବାବେଲେ ବିପିନ ବିହାରୀ ମେହେର ସଂପାଦକୀୟ ବିବରଣୀ ପଠନ କରିଥିଲେ । ସମାଜର ବରିଷ୍ଟ କାର୍ଯ୍ୟକର୍ତ୍ତା ତଥା ଜୋନ ସଭାପତି ପତି ମାନଙ୍କୁ ପୁଷ୍ପମାଲ୍ୟ ଓ ଉପଢୌକନ ଦେଇ ସମ୍ମାନୀତ କରାଯାଇଥିଲା । ଭୂଲିଆ ସମାଜର କୁନି କୁନି ପିଲାମାନେ ନୃତ୍ୟ ଏବଂ ସଂଙ୍ଗୀତ ପରିବେଷଣ କରିଥିଲେ ।
ସଭାପତି ରୋହିତ ମେହେର ସମାଜର ବିଭିନ୍ନ ଉନ୍ନତୀ ଦିଗ ଉପରେ ଆଲୋଚନା କରିବା ସହ ବିଭିନ୍ନ ସମସ୍ୟା ର ସମାଧାନ ଅପରେ ଆଲୋଚନା କରିଥିଲେ ।ଉପଦେଷ୍ଟା ଶେଷଦେବ ମେହେର ଜନକଲାଲ ମେହେର ଯୁବାମଞ୍ଚ ସଭାପତି ରୀତେଶ ରଜଂନ ମେହେର ପ୍ରମୁଖ ମଞ୍ଚାସୀନ ରହି ସମାଜର ସୁବିଧା ଓ ଅସୁବିଧା ବିଷୟରେ ଆଲୋଚନା କରିଥିଲେ । ସେହିପରି ଉପେନ୍ଦ୍ର ମେହେର,ପ୍ରଫୁଲ୍ଲ ମେହେର,ଡିଗ୍ରୀଲାଲ ମେହେର,ସାଗର ମେହେର,ଦିନବନ୍ଧୁ ମେହେର,ବଲ୍ଲଭ ମେହେର ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ କାର୍ଯ୍ୟନିର୍ବାହ କରିଥିଲେ ।ଶେଷରେ ଯୋଗେଶ୍ବର ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।