Sunday, April 20, 2025
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିକେନ୍ଦୁପାଲି ବିଦ୍ୟାଳୟରେ ବାର୍ଷିକ ମହୋତ୍ସବ "ସରଗମ" ପାଳିତ ।

କେନ୍ଦୁପାଲି ବିଦ୍ୟାଳୟରେ ବାର୍ଷିକ ମହୋତ୍ସବ “ସରଗମ” ପାଳିତ ।

ସୁବର୍ଣ୍ଣପୁର(ଶାନ୍ତନୁ କୁମାର କର୍ଣ୍ଣ)- ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ୍ ଅନ୍ତର୍ଗତ କେନ୍ଦୁପାଲି ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ମହୋତ୍ସବ “ସରଗମ୍” ମହା ସମାରୋହ ରେ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମ ର ପ୍ରାରମ୍ଭରେ ନିମନ୍ତ୍ରିତ ଅତିଥି ମାନେ ଅଗ୍ରପୂଜ୍ୟ ଗଜାନନ ଙ୍କ ଫଟୋଚିତ୍ର ରେ ଦୀପ ପ୍ରଜ୍ଵଳନ କରି ଉତ୍ସବର ଶୁଭାରମ୍ଭ କରିଥିଲେ । ଅନୁଷ୍ଠାନର ଛାତ୍ରୀମାନେ ଶିକ୍ଷକ ଅମରେଶ ତ୍ରିପାଠୀଙ୍କ ଦ୍ଵାରା ସ୍ୱର ସଂଯୋଜନା ରେ ସ୍ଵାଗତ ସଙ୍ଗୀତ ଗାନ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଇନ୍ଦିରା ମିଶ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ସଭା କାର୍ଯ୍ୟରେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଲିନା ପ୍ରଧାନ, ମୁଖ୍ୟବକ୍ତା ରୂପେ ସିନେ କଳାକାର ତଥା ପ୍ରାଧ୍ୟାପକ ଡକ୍ଟର ପୁରୁଷୋତ୍ତମ ମିଶ୍ର, ସମ୍ମାନିତ ଅତିଥି ରୂପେ ବ୍ଲକ୍ ଅଧ୍ୟକ୍ଷା ଶାନ୍ତି ଲୁହା ଓ ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ତ୍ରିଲୋଚନ ମେହେର ଯୋଗଦେଇ ଥିଲେ ।

ସ୍ଵତନ୍ତ୍ର ଅତିଥି ରୂପେ କଣ୍ଠଶିଳ୍ପି ଓ ସଙ୍ଗୀତ ନିର୍ଦ୍ଦେଶକ ଶାଶ୍ଵତ କୁମାର ତ୍ରିପାଠୀ ମଞ୍ଚାସିନ ଥିଲେ ।ଶିକ୍ଷକ ବିଷ୍ଣୁ ପ୍ରସାଦ ଧଳ ବିଦ୍ୟାଳୟର ବାର୍ଷିକ ବିବରଣୀ ପଠନ କରିଥିଲେ ।ଶିକ୍ଷକ ଶିତାଂଶୁ ଶେଖର ଖମାରି ସଭା ସଂଯୋଜନା କରିଥିଲେ ।ବିଦ୍ୟାଳୟର ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ଛାତ୍ର ଛାତ୍ରୀ ଙ୍କୁ ଅତିଥି ବୃନ୍ଦ ପୁରସ୍କୃତ କରିଥିଲେ । ଶ୍ରେଷ୍ଠ ଛାତ୍ରୀ ଭାବେ ଦଶମ ଶ୍ରେଣୀ ର ପୂଜା ମଲ୍ଲିକ,ଶ୍ରେଷ୍ଠ ଶୃଙ୍ଖଳିତ ଛାତ୍ରୀ ଭାବେ ନବମ ଶ୍ରେଣୀ ର ରୋଜି ମେହେର, ଷ୍ଟୁଡେଣ୍ଟ୍ ଅଫ ଦ ୟର ଭାବେ ରାଧାକାନ୍ତ ପଧାନ ଏବଂ ଶ୍ରେଷ୍ଠ ସର୍ବଦକ୍ଷ ଛାତ୍ରୀ ଭାବେ ନବମ ଶ୍ରେଣୀ ର ନନ୍ଦିନୀ ମେହେର ଙ୍କୁ ପୁରସ୍କୃତ କରାଯାଇଥିଲା । ସଭାପରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଶିକ୍ଷକ ବିଷ୍ଣୁ ପ୍ରସାଦ ଧଳ ଓ ସିତାଂଶୁ ଶେଖର ଖମାରି ଙ୍କ ନିର୍ଦେଶନାରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ନାଟକ “ଆହୁତି” ମଞ୍ଚସ୍ଥ ହୋଇଥିଲା । ନାଟକ ଟିରେ ସୁନ୍ଦର ଅଭିନୟ ପାଇଁ ଶ୍ରେଷ୍ଠ ଅଭିନେତା ଭାବେ ବିଦୁଶ ମେହେର ଓ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଶ୍ରୀୟାରାଣି ମେହେର ପୁରସ୍କୃତ ହୋଇଥିଲେ । ବାର୍ଷିକ ମହୋତ୍ସବ କୁ ସଫଳ କରିବାପାଇଁ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ବାବୁଲାଲ ମେହେର,ପୁଡୁ କାଲସାଏ,ଚମ୍ପେଶ୍ୱର ମିଶ୍ର,ଅମରେଶ ତ୍ରିପାଠୀ,ଦେବାଶିଷ ମିଶ୍ର,ମହେନ୍ଦ୍ର କୁମାର ସାହୁ, ଆର୍ତ୍ତତ୍ରାଣ ବିଶି,ଅର୍ପିତା ହୋତା,ଜିତେଶ୍ୱରି ମେହେର,ବେବୀ ଶିବାନୀ ସାହା,ରଶ୍ମିତା ମେହେର ପ୍ରମୁଖ ସାହାଯ୍ୟ ସହଯୋଗ କରିଥିଲେ । ଶେଷରେ ଶିକ୍ଷକ ଦିବ୍ୟ ରଞ୍ଜନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

error: Content is protected !!